ଜେଇଇ ମେନ୍‌ ପେପର୍‌-୨ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ଜେଇଇ ମେନ୍‌-୨୦୧୮ର ପେପର୍‌-୨ ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ଆଜି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶରେ ୧ ଲକ୍ଷ ୪୬ ହଜାର ୧୭ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଅଫ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ୧ ଲକ୍ଷ ୨୨ ହଜାର ୫୪୩ ଜଣ ଅଂଶଗ୍ରହଣ କରିଥିଲେ। ସମସ୍ତ ପରୀକ୍ଷାର୍ଥୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି। ପରୀକ୍ଷାର୍ଥୀ ‘www.jeemain.nic.in/cbseresults.nic.in’ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ସୂଚନାଯୋଗ୍ୟ ଯେ ଏପ୍ରିଲ ୮ ତାରିଖରେ ଦେଶର ୧୧୩ଟି କେନ୍ଦ୍ରରେ ଜେଇଇ ମେନ୍‌ ପେପର୍‌-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର