ଜୟପୁର: ଏମ୍‌ ଜି ରୋଡ୍‌ସ୍ଥିତ ହଟକେଶ୍ୱର ମନ୍ଦିରରୁ ଚୋରି

ଜୟପୁର: ଶନିବାର ରାତିରେ ଜୟପୁର ସହର ଅନ୍ତର୍ଗତ ମହାତ୍ମା ଗାନ୍ଧୀ ରୋଡ୍‌ରେ ଥିବା ହଟକେଶ୍ୱର ମନ୍ଦିରରୁ ଚୋରି ହୋଇଛି।

ଗତ ରାତି ପ୍ରାୟ ୧୦ଟା ବେଳେ ପୂଜକ ପୂଜା ସାରି ଫେରିଥିଲେ। ଚୋରମାନେ ପ୍ରାୟ ଅଧରାତି ପରେ ମନ୍ଦିରର ମୁଖ୍ୟ ଫାଟକ ଓ ଭିତର ଫାଟକ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ।

ମନ୍ଦିରରେ ଥିବା ନଗଦ ୧୦ ହଜାର ଟଙ୍କା, ପାର୍ବତୀଙ୍କର ସ୍ୱର୍ଣ୍ଣମୁକୁଟ ସମେତ ଅନ୍ୟାନ୍ୟ ସୁନା ଓ ରୁପା ଅଳଙ୍କାର ନେଇ ଯାଇଛନ୍ତି। ଚୋରି ଅଳଙ୍କାରର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସକାଳେ ପୂଜକ ପୂଜା କରିବାକୁ ଆସି ଚୋରି ଘଟଣା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ପରେ ପରେ ଜୟପୁର ଟାଉନ୍‌ ଥାନା ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ କହିବା ଅନୁସାରେ ପ୍ରାୟ ୪ ଜଣ ଚୋର ମନ୍ଦିର ତାଲା ଭାଙ୍ଗି ଲୁଟ୍‌ ତରାଜ କରିଛନ୍ତି।

ସମ୍ବନ୍ଧିତ ଖବର