ପୂର୍ଣ୍ଣିମାରେ ଝାଡ଼ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଯୋରନ୍ଦା: ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ଆଜି ମାଘ ପୂର୍ଣ୍ଣିମା ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଝାଡ଼ ଦୀପ ଦର୍ଶନ କରିଛନ୍ତି। ଏହି ଉତ୍ସବ ଦେଶ ପୂର୍ଣ୍ଣିମା ନାମରେ ମଧ୍ୟ ଖ୍ୟାତ। ମୁଖ୍ୟ ଉପାସନା ପୀଠ ଗାଦିମନ୍ଦିରରେ ଝାଡ଼ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥିଲା। ଅଲେଖ ମହିମା ଧ୍ବନିରେ ଅଞ୍ଚଳ ଉଛୁଳି ପଡ଼ିଥିଲା। ଗାଦିମନ୍ଦିର, ଅଖଣ୍ତ ଜ୍ୟୋତିମନ୍ଦିର ସମେତ ସମସ୍ତ ପୀଠରେ ଭକ୍ତମାନେ ଶରଣ ଦର୍ଶନ କରିଥିଲେ। ଢେଙ୍କାନାଳ ରାଜା କାମାକ୍ଷାପ୍ରସାଦ ସି˚ହଦେଓ ସପରିବାର ଗାଦି ମନ୍ଦିର ପୂର୍ବ ଦ୍ବାରରେ ଝାଡ଼ରେ ଘୃତ ଅର୍ପଣ କରିଥିଲେ। ଗତକାଲି କୁମାର ସାହେବ ରାଜୀବ ଲୋଚନ ସି˚ହଦେଓ ଗାଦି ମନ୍ଦିରରେ ଝାଡ଼ରେ ଘିଅ ଲାଗି କରିଥିଲେ। ଆଜି ସକାଳେ ମାନସିକଧାରୀମାନେ ମୁଣ୍ତନ ପରେ ଗାଦିମନ୍ଦିର ଦର୍ଶନ କରିଥିଲେ ା ସନ୍ଧ୍ୟାରେ ବହୁ ଭକ୍ତ ମାନସିକ କରି ଝାଡ଼ରେ ଘୃତାହୁତି ଦେଇଥିଲେ ା ଆଜି ମାହାଳମୂଳ ନୀତି କୂଅରୁ ରୁପା ଗରାରେ ପାଣି ଆଣି ଗାଦି ମନ୍ଦିର ଶୋଧନ କରାଯାଇଥିଲା। ବରିଷ୍ଠ ବକ୍କଳଧାରୀ ପର ସନ୍ନ୍ୟାସୀ ମନ୍ଦରଧର ବାବା ଛେରା ପହଁରା କରିଥିଲେ। ବକ୍କଳଧାରୀ ମହିମାସମାଜ ସଭାପତି ପବିତ୍ର ମୋହନ ବାବା ସୁନା ଗିନାରେ ଚନ୍ଦନ, ଅଗୁରୁ,ଭାସ୍କର, କର୍ପୂର ଆଣି ମନ୍ଦିରରେ ସିଞ୍ଚନ କରିଥିଲେ। ମନ୍ଦରଧର ବାବା, ପବିତ୍ରମୋହନ ବାବା, ଶୁକଦେବ ବାବା, ଭୀମସେନ ବାବା, ନିତ୍ୟାନନ୍ଦ ବାବା, ଅଭୟ ବାବା ପ୍ରମୁଖ ୩୦ଜଣ ବକ୍କଳଧାରୀ ପର ସନ୍ନ୍ୟାସୀ ୭ ମୁଠା ସୁନା ଚାମର ଓ ୩୫ ମୁଠା ରୁପା ଚାମରରେ ଗାଦି ମନ୍ଦିର ଚତୁର୍ପାର୍ଶ୍ବ‌ରେ ୭ ଥର ଚାମର ସେବା କରିଥିଲେ ା ଭୋର ୩ ଟା ୪୫ରେ ସାଧୁ ସନ୍ଥମାନେ ବେଢା ପରିକ୍ରମା କରିଥିଲେ ା ସାଢ଼େ ୪ଟାରେ ପ୍ରଭୁ ମହିମାସ୍ବାମୀଙ୍କ ଉଦ୍ଦେଶ୍ୟରେ କ୍ଷୀର ଲାଗି କରାଯାଇଥିଲା। ରୀତି ଅନୁସାରେ ମଧୢାହ୍ନ ଓ ସାୟ˚ ନୀତି ସ˚ପନ୍ନ ପରେ ସନ୍ଧ୍ୟା ୫ଟା ୩୫ରେ ପଶ୍ଚିମ ପାର୍ଶ୍ବ ବୃହତ ପିତଳ ଝାଡ଼ରେ ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀ ମନ୍ଦରଧର ବାବା ଅଗ୍ନି ସ˚ଯୋଗ କରିଥିଲେ। ୫ଟା ୩୭ରେ ପୂର୍ବ ଦ୍ବାରରେ ଅଭୟ ବାବା ଝାଡରେ ଅଗ୍ନି ସ˚ଯୋଗ କରିଥିଲେ ା ୫ ଟା ୩୯ରେ ଉତ୍ତର ଦ୍ବାରରେ ଓ ୫ ଟା୪୦ରେ ଦକ୍ଷିଣ ଦ୍ବାରରେ ଝାଡ଼ରେ ଅଗ୍ନି ସ˚ଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର