ଝାମୁଯାତ୍ରାରେ ମା’ ମଙ୍ଗଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ

କାକଟପୁର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତ୍ର ପର୍ବର ପଞ୍ଚମ ତଥା ଶେଷ ମଙ୍ଗଳବାର ଅବସରରେ ପ୍ରସିଦ୍ଧ ଝାମୁଯାତ୍ରା ଆଜି ଅନୁଷ୍ଠିତ ହୋଇଛି। ପ୍ରାୟ ୨ଲକ୍ଷରୁ ଅଧିକ ଭକ୍ତ ପୀଠରେ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ପରମ୍ପରା ଅନୁଯାୟୀ ମା ମଙ୍ଗଳାଙ୍କୁ ରାତି ୩ରେ ପାଳିଆ ସେବକମାନେ ମା ମଙ୍ଗଳାଙ୍କୁ ସ୍ନାନ ମାର୍ଜଣା କରିଥିଲେ । ଭୋର ୪ ଘଟିକାରେ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହାଣ ମେଳା କରାଯାଇଥିଲା । ମଧ୍ୟାହ୍ନରେ ଝଙ୍କଡ ଶାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆମାନେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠରୁ ପାଣି ତୋଳି ମନ୍ଦିରରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ । ମାନସିକଧାରୀ କାଳେସିଆମାନେ ମନ୍ଦିର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ଅଗ୍ନିପୂର୍ଣ୍ଣ ଗର୍ତ୍ତରେ ଝାମୁ ଚାଲିଥିଲେ ।

ସମ୍ବନ୍ଧିତ ଖବର