ଝାରସୁଗୁଡା ବିମାନବନ୍ଦରକୁ ଲାଇସେନ୍ସ ମିଳିଲା, ଖୁବ ଶୀଘ୍ର ଉଡାଣ

ଭୁବନେଶ୍ୱର : ଝାରସୁଗୁଡାରେ ହୋଇଛି ରାଜ୍ୟର ୨ୟ ବିମାନବନ୍ଦର । ଝାରସୁଗୁଡା ଏୟାରପୋର୍ଟକୁ ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ( ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହା ଫଳରେ ଏହି ଏୟାରପୋର୍ଟରୁ ସିଡ୍ୟୁଲଡ ଅପରେସନ ଆରମ୍ଭ ହୋଇପାରିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ରାଉରକେଲା, ଜୟପୁର ଓ ଉତକେଲା(କଳାହାଣ୍ଡି) ଠାରେ ମଧ୍ୟ ଏୟାରଷ୍ଟ୍ରିପ ସ୍ଥାପନ କରି ଉଡାନ ସ୍କିମରେ ସାମିଲ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ଝାରସୁଗୁଡାରୁ ଉଡାଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେଥିରେ ଦୁଇମାସ ବିଳମ୍ବ ହୋଇଛି । ରାଜ୍ୟର ଏସବୁ ସହରକୁ କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାମିଲ କରାଯାଇଛି ।

 

ଗତ ଏପ୍ରିଲ ମାସରେ ରାଜ୍ୟର ସମସ୍ତ ଛୋଟ ବିମାନବନ୍ଦରଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଉ ବୋଲି ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ଉଡ଼ାଣ ଯୋଜନାରେ କେନ୍ଦ୍ର ସରକାର ୮୦% ସବ୍ସିଡ୍ ଦେବାକୁ ଥିବାବେଳେ ବିମାନବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ଅଛି। ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦକ୍ଷ ମାନବ ସମ୍ବଳ ଏବଂ ପେସାଦାର କର୍ମଚାରୀ ନଥିବାରୁ ମନ୍ତ୍ରାଳୟ ଏହି ଦାୟିତ୍ୱ ଏଏଆଇକୁ ଦେଉ ବୋଲି ରାଜ୍ୟ ସରକାରଙ୍କ ବିମାନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା ।

ସମ୍ବନ୍ଧିତ ଖବର