ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜିଓର ୯୨% ନେଟଓ୍ବର୍କ ସାଇଟ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ମୋବାଇଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ବାତ୍ୟା ପ୍ରଭାବିତ ଓଡ଼ିଶାରେ ପ୍ରଭାବିତ ହୋଇଥିବା ମୋବାଇଲ୍ ନେଟୱର୍କର ପୁନରୁଦ୍ଧାର ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏହାର ପାଖାପାଖି ୯୨% ନେଟଓ୍ବର୍କ ସାଇଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି । ବାତ୍ୟା ଫନି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଦୂରସଂଚାର ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଗଂଜାମ ଓ ଗଜପତିରେ ଜିଓ ପକ୍ଷରୁ ନେଟ୍ୱର୍କର ୧୦୦% ପୁନରୁଦ୍ଧାର ସମ୍ପୂର୍ଣ୍ଣ କରାଯାଇଛି ।

ଗୁରୁତର ଭାବେ ପ୍ରଭାବିତ ହୋଇଥିବା କଟକ ଓ ଭୁବନେଶ୍ୱର ସହରରେ ଯୁଦ୍ଧକାଳୀନ ଭିତିରେ ଚବିଶ ଘଂଟା କାମ ଜାରି ରଖି ଅଧିକାଂଶ ପ୍ରଭାବିତ ନେଟ୍ୱର୍କ ସାଇଟକୁ କାର୍ଯ୍ୟକ୍ଷମ କରାଯାଇପାରିଛି । ବାତ୍ୟା ଯୋଗୁ ସର୍ବାଧିକ ଦୂରସଂଚାର ଭିତିଭୂମି କ୍ଷତିଗ୍ରସ୍ତ ହୋଇଥିବା ସର୍ବାଧିକ ପ୍ରଭାବିତ ପୁରୀ ଜିଲ୍ଲାରେ କଂପାନି ପକ୍ଷରୁ ନେଟୱର୍କର ପୁନରୁଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଚବିଶ ଘଣ୍ଟା କାମ ଜାରି ରଖାଯାଇଛି, ଯାହାର ପରିଣାମ ସ୍ୱରୂପ ଅନେକ ନେଟୱର୍କ ସାଇଟ୍ ଏବେ କାର୍ଯ୍ୟକ୍ଷମ ହୋଇପାରିଛି । ଏହା ବ୍ୟତୀତ ରିଲାଏନ୍ସ ଜିଓ ତରଫରୁ ଭ୍ରାମ୍ୟମାଣ ଯାନରେ ଖଂଜାଯାଇଥିବା ମୋବାଇଲ୍ ଟାୱାର ଯାହାକୁ ସେଲ ଅନ୍ ହ୍ୱିଲସ୍ (ସିଓଡବ୍ଳୁ) କୁହାଯାଉଛି ତାହାକୁ ପୁରୀର ବିଭିନ୍ନ ପ୍ରମୁଖ ସ୍ଥାନ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପୁରୀ ରେଳ ଷ୍ଟେସନ ଓ ବଡ଼ଦାଣ୍ଡର ମେଡିକାଲ ଛକରେ ମୂତୟନ କରାଯାଇଛି । ପୁରୀ ସହରରେ ମୋବାଇଲ ନେଟୱର୍କକୁ ଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଜିଓ ପକ୍ଷରୁ ସହରରେ ମୋଟ ୮ଟି ଏଭଳି ସିଓଡବ୍ଲୁ ମୂତୟନ କରାଯାଇଛି ।

ସମ୍ବନ୍ଧିତ ଖବର