ଜେକେ କାଗଜକଳରେ ତାଲା ଝୁଲିଲା

ରାୟଗଡ଼ା : ଶ୍ରମିକମାନଙ୍କ ଆନ୍ଦୋଳନ ସିଧାସଳଖ ରାୟଗଡ଼ା ଜେକେ କାଗଜକଳ ଉପରେ ପଡ଼ିଛି। ଆଜିଠାରୁ କାରଖାନାର ଉତ୍ପାଦନ ବନ୍ଦ ହୋଇଯାଇଛି। କାରଖାନା ଅଚଳ ଯୋଗୁଁ ଦୈନିକ ୫କୋଟି ୮ଲକ୍ଷ ଟଙ୍କା କ୍ଷତି ହେଉଛି। ରାଜ୍ୟ ସରକାର ୪୧ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡ଼ିଛି।

କିଛିଦିନ ଧରି ୧୨ ଦଫା ଦାବି ନେଇ ଶ୍ରମିକମାନେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରୁ ନଥିବା ବେଳେ ଗତକାଲି ଜିଲ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ବୈଠକ ହୋଇଥିଲା। ୭ଘଣ୍ଟା ଧରି ଆଲୋଚନା ପରେ ବି ସମାଧାନର ରାସ୍ତା ବାହାରି ନଥିଲା। ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। କାରଖାନାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଆନ୍ଦୋଳନ ପ୍ରତ୍ୟାହାର ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବ ଅନୁରୋଧ କରିଥିଲେ। ସେହିପରି ଜେକେ କାଗଜ କଳ ମୁଖ୍ୟ ନିର୍ବାହୀ ଉପସଭାପତି ପବନ କୁମାର ସୁରୀ ଇପିଏଫ, ଇଏସଆଇ ସୁବିଧା ସହ ବୋନସ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଅନ୍ୟ ଦାବି ପାଇଁ ସମୟ ଦେବାକୁ କହିଥିଲେ। କାରଖାନା ଅଚଳ ଯୋଗୁଁ ଦୈନିକ ୫କୋଟି ୮ଲକ୍ଷ ଟଙ୍କା କ୍ଷତି ହେଉଛି। ରାଜ୍ୟ ସରକାର ୪୧ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର