ନୂଆ ବନ୍ଧନରେ ଏସିଡ ପୀଡ଼ିତା

ପ୍ରେମିକଙ୍କ ସହ ନିର୍ବନ୍ଧ ଆଜି

ଜଗତ୍‌ସିଂହପୁର: ଭାଲେଣ୍ଟାଇନ ଡେ’କୁ ଭିନ୍ନ ଏକ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏସିଡ୍‌ ମାଡ଼ରେ ସର୍ବସ୍ୱ ହରାଇଥିବା ପ୍ରମୋଦିନୀ ରାଉଳ ଓ ତାଙ୍କ ପ୍ରେମିକ ସରୋଜ ସାହୁ। ଆସନ୍ତାକାଲି ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ସିରୋଜ୍‌ କେଫ୍‌ଠାରେ ଦୁହିଁଙ୍କର ନିର୍ବନ୍ଧ ହେବ ଏବଂ ଦୁହେଁ ପରସ୍ପରର ଜୀବନ ସାଥୀ ଭାବେ ସଂକଳ୍ପ ନେବେ।ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ କନକପୁର ଅଞ୍ଚଳର ପ୍ରମୋଦିନୀଙ୍କ ଉପରେ ୨୦୦୯ ମସିହା ଏପ୍ରିଲ ୧୮ ତାରିଖ ଦିନ ଏସିଡ ମାଡ଼ ହୋଇଥିଲା। କିଛି ମାସ ତଳେ ଏସିଡ୍‌ ମାଡ ଘଟଣାର ୨ ଅଭିଯୁକ୍ତ ଗିରଫ ହୋଇଥିଲେ। କଟକ ମଙ୍ଗଳାବାଗରେ ରହୁଥିବା ସରୋଜ ସାହୁ ପେସାରେ ସେ ଜଣେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍‌। ଘରୋଇ ହସ୍‌ପିଟାଲରରେ ପ୍ରମୋଦିନୀଙ୍କ ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ସୂଚନାଯୋଗ୍ୟ, ସିରୋଜ୍‌ କେଫ୍‌ରେ ପ୍ରମୋଦିନୀଙ୍କ ଭଳି ବହୁ ଏସିଡ ପୀଡ଼ିତା ରହୁଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ପ୍ରମୋଦିନୀ ସେଠାରେ ନିର୍ବନ୍ଧ ପାଇଁ ଚାହିଥିଲେ।

ସମ୍ବନ୍ଧିତ ଖବର