ଯୁଗ୍ମ ସଚିବ ଦେବପ୍ରସାଦ ଦାସ କାର୍ଯ୍ୟରୁ ନିଲମ୍ବିତ

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହି ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହା ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରାଯାଉଛି।

ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଜରିଆରେ ଶ୍ରୀ ଦାସ ନିଲମ୍ବନ ସମୟରେ କେନ୍ଦ୍ରୀୟ ରାଜସ୍ୱ କମିସନରଙ୍କ ବିନା ଅନୁମତିରେ କଟକ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିପାରିବେନି ବୋଲି ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର