ଯୋରନ୍ଦା ମେଳା ଆରମ୍ଭ : ୭ ଲକ୍ଷ ଶ୍ରଦ୍ଧାଳୁ କଲେ ଝାଡ଼ ଦର୍ଶନ

ଯୋରନ୍ଦା : ବିଶ୍ବପ୍ରସିଦ୍ଧ ମହିମାଧାମ ମହିମାଗାଦିରେ ଆଜି ୧୪୬ ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧୢରେ ପାଳିତ ହୋଇଛି। ପବିତ୍ର ମାଘ ଚତୁର୍ଦ୍ଦଶୀ ଅବସରରେ ଆଜି ମହିମାଗାଦି ମୁଖ୍ୟ ଉପାସନା ପୀଠ ଗାଦିମନ୍ଦିରରେ ଝାଡ଼ ଦର୍ଶନ କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣ ତଥା ଆନ୍ଧ୍ର, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ତ ସମେତ ପ‌ଡ଼ୋଶୀ ନେପାଳ, ଭୁଟାନ୍‌ ଓ ତିବ୍ଦତ ଆଦି ଦେଶରୁ ହଜାର ହଜାର ସ˚ଖ୍ୟାରେ ମହିମା ସାଧୁ ତଥା ଭକ୍ତଙ୍କ ସମାଗମ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ସାତଦିନିଆ ମେଳାରେ ପୂର୍ବାପେକ୍ଷା ଅଧିକ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ସୂଚନା ଅନୁସାରେ, ବକ୍କଳଧାରୀ ମହିମା ସମାଜ ସଭାପତି ପବିତ୍ର ମୋହନ ବାବା ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୁର ମନ୍ଦିରରେ ସି˚ଚନ କରିଥିଲେ। ମନ୍ଦରଧର ବାବା, ପବିତ୍ରମୋହନ ବାବା, ଶୁକଦେବ ବାବା, ଭୀମସେନ ବାବା ପ୍ରମୁଖ ୩୦ ମୂର୍ତି ବକ୍କଳଧାରୀ ପର ସନ୍ନ୍ୟାସୀ ୭ ମୁଠା ସୁନା ଚାମର ଓ ୨୩ ମୁଠା ରୁପା ଚାମରରେ ଗାଦିମନ୍ଦିର ଚତୁଃପାର୍ଶ୍ବରେ ୨୧ ଥର ଚାମର ସେବା କରିଥିଲେ। ପ୍ରାତ ୩ଟା ୪୫ ମିନିଟ୍‌ରେ ମହିମାଗାଦିରେ ଉପସ୍ଥିତ ସାଧୁସନ୍ଥମାନେ ବେଢା ପରିକ୍ରମା କରିଥିଲେ। ୪ଟା ୩୦ ମିନିଟରେ ପ୍ରଭୁ ମହିମାସ୍ବାମୀଙ୍କ ଉଦ୍ଦେଶ୍ୟରେ ଖିର ଲାଗି କରାଯାଇଥିଲା। ସାଧୁସନ୍ଥ ଓ ଭକ୍ତଙ୍କ ଗହଣରେ ମହିମାସମାଜ ଦ୍ବାରା ସ୍ଥିରୀକୃତ ୨୧ ଜଣ ସାଧୁଙ୍କୁ ବକ୍କଳବାନା ପ୍ରଦାନ କରାଯାଇଥିଲା। ସେହିପରି ୨୮ଜଣ ତ୍ୟାଗୀଙ୍କୁ ଡୋରକୌପୀନ ପ୍ରଦାନ କରାଯାଇଥିଲା। ସକାଳ ୯ଟାରେ ନୀତିମନ୍ଦିରରୁ ସୁନା ଛତ୍ରୀ, ରୁପାଛତ୍ରୀ, ଆଢେଣୀ, ତରାସ, ଟମକା ଆଦି ଆଣି ଗାଦିମନ୍ଦିର ପୂର୍ବ ପାର୍ଶ୍ବରେ ଭକ୍ତମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ପ୍ରାତଃ ନୀତି ଓ ସମାନ ପ୍ରକାର ରୀତିନୀତି ଅନୁସାରେ ମଧୢାହ୍ନ ନୀତି ଓ ସାୟ˚ ନୀତି ସ˚ପନ୍ନ କରାଯିବା ପରେ ସନ୍ଧ୍ୟା ୫ଟା ୨୧ମିନିଟ୍‌ରେ ପଶ୍ଚିମ ପାର୍ଶ୍ବ ବୃହତ ପିତଳ ଝାଡ଼ରେ ବରିଷ୍ଠ ବକ୍କଳଧାରୀ ମନ୍ଦରଧର ବାବା ଝାଡ଼ବତିରେ ଅଗ୍ନି ସ˚ଯୋଗ କରିଥିଲେ। ପରେ ଅନ୍ୟ ଦ୍ବାରରେ ବରିଷ୍ଠ ବକ୍କଳଧାରୀ ସାଧୁ ଝାଡ଼ରେ ଅଗ୍ନି ସ˚ଯୋଗ କରିଥିଲେ। ଆଜି ରାତିତମାମ ଝାଡ଼ ଦୀପ ପ୍ରଜ୍ଜ୍ବଳିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ଆଜି ଅପରାହ୍ନରେ ଯୋରନ୍ଦା ଆସି ଗାଦି ମନ୍ଦିରରେ ଝାଡ଼ ଦର୍ଶନ କରିବା ସହିତ ଆଇଓସିଏଲ୍‌ ତରଫରୁ ନବନିର୍ମିତ ଏହି ବିଶ୍ରାମ ଗୃହ,ସୂଚନା କେନ୍ଦ୍ର ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର