ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକଙ୍କୁ ଉଠେଇ ଆଣିଲା ପୁଲିସ

2

କେନ୍ଦୁଝର : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦ୍‌ନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ଗତ ୧୦ ତାରିଖରେ କେନ୍ଦୁଝରରୁ ଦୁଇଜଣ ଓ ୧୧ ତାରିଖରେ ଭଦ୍ରକରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତକୁ ଆଜି ପୁଲିସ ରାଜଧାନୀ ଭୁବନେଶ୍ବରରୁ ଉଠାଇ ଆଣିଛି। ଅଭିଯୁକ୍ତ ଜଣକ ଏକ ୱେବ ଗଣମାଧ୍ୟମର ସାମ୍ବାଦିକ ବୋଲି ଜଣାପଡ଼ିଛି। କମିସନରେଟ୍‌ ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ରହି ସମ୍ପୃକ୍ତ ଯୁବ ସାମ୍ବାଦିକ ଏକ ୱେବ ଚ୍ୟାନେଲ ଚଳାଉଥିଲେ। ଆଜି କେନ୍ଦୁଝର ଟାଉନ ଥାନା ପୁଲିସ ତାଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। କେନ୍ଦୁଝର ପୁଲିସ ଏନେଇ ମୁହଁ ଖୋଲୁନି। ପୂର୍ବରୁ ଟାଉନ ଥାନା ପୁଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମର ଚିନ୍ମୟ ସେନାପତି, କେନ୍ଦୁଝର ଜିଲ୍ଲାର ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରିଙ୍କୁ ଏହି ମାମଲାରେ ଗିରଫ କରିଥିଲା। ଏମାନେ ବିଜେପି କର୍ମକର୍ତ୍ତା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 Comments
  1. Jaani says

    Bjd kete deichi apananku sata lucheibaku? Apon mane kusi to?

  2. All India News Network says

    In TV CHANNEL news there is a fresh news about the BlackTrunk Box unloaded from Honourable Prime Minister Shri.Modiji’s Helicopter at Chitradurg Election Site on April,9th,2019 is created Congress to probe the content of the Trunk Box which has unloaded from Shri.Modiji’s Helicopter and taken away by Frisky manner in a Private Car.