ସାମ୍ବାଦିକ ବିଶ୍ୱଜିତ ପୃଷ୍ଟିଙ୍କ ପରଲୋକ

ବୌଦ୍ଧ : ସଡ଼କ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କନକ ନ୍ୟୁଜର ସ୍ଥାନୀୟ ପ୍ରତିନିଧି ବିଶ୍ୱଜିତ ପୃଷ୍ଟି (୫୧)ଙ୍କ ପରଲୋକ ହୋଇଯାଇଛି।

ଗତ ୧୨ ତାରିଖରେ ଶ୍ରୀ ପୃଷ୍ଟି ଆଠମଲ୍ଲିକରୁ ଫେରୁଥିବା ବେଳେ ମାଧପୁର ହାଇସ୍କୁଲ ସମ୍ମୁଖରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମାଧପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ୧୪ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ କିଛି ଦିନ ଆଇସିୟୁରେ ରହିବା ପରେ ଆଜି ତାଙ୍କର ପରଲୋକ ଘଟିଛି। ପରିବାରରେ ପତ୍ନୀ ଓ ୨ ଝିଅ ଅଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର