ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା : ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ : ଗାଞ୍ଜାମ ଜିଲ୍ଲାର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପି.ଶ୍ୟାମସୁନ୍ଦର ପୃଷ୍ଟିଙ୍କ ଜାମିନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.ଶ୍ୟାମସୁନ୍ଦରଙ୍କ ନିୟମିତ ଜାମିନ ଖାରଜ କରିଛନ୍ତି। ଏଥି ସହିତ ଦୁର୍ଗାପୂଜା ଅବକାଶ ପୂର୍ବରୁ ନିମ୍ନ ଅଦାଲତରେ ବିଚାରାଧୀନ ଏସଂପର୍କିତ ମାମଲାର ଶୁଣାଣି ଶେଷ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ କେସ୍‌ ଡାଏରି ଦାଖଲ କରାଯିବା ସହିିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର