ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟରତ ସାମ୍ବାଦିକମାନେ ଭେଟିଲେ

ପେନସନ, ୫ ଲକ୍ଷ ଟଙ୍କାର ବୀମା ଓ ସୁରକ୍ଷା ଆଇନ ଦାବିକଲେ

ଭୁବନେଶ୍ବର : କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅବସର ପରେ ପେନସନ୍‌ ପ୍ରଦାନ, ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ବୀମା ସହାୟତା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାକୁ ସୁରକ୍ଷା ସଂପର୍କିତ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ଦାବିେର ସାମ୍ବାଦିକମାନେ ଗୁରୁବାର ଅପରାହ୍ଣରେ ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‌େଭଟି ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କର ଉପରୋକ୍ତ ୩ ଦଫା ଦାବିକୁ ଗ୍ରହଣ କରି ଖୁବଶୀଘ୍ର ସରକାର ଏହା ଉପରେ ବିଚାର କରିବେ ‌େବାଲି କହିଛନ୍ତି। କେଉଁ କେଉଁ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ ସୁରକ୍ଷା ଆଇନ ଲାଗୁ କରାଯାଇଛି ‌େସ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ବାଦିକମାନେ ଆଲୋଚନା କରିଥିଲେ। ଆଲୋଚନାରେ ସାମ୍ବାଦିକମାନଙ୍କର ଦାବିକୁ ଗୁରୁତ୍ବର ସହ ଅନୁଧ୍ୟାନ କରାଯିବ ବୋଲି ସେ କହିଥିଲେ।

ଏହା ପୂର୍ବରୁ ସାମ୍ବାଦିକମାନେ ଏହି ୩ ଦଫା ଦାବି ‌େନଇ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ‌େଜନା, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖଙ୍କୁ ଭେଟି ଆଲୋଚନା କରିଥିଲେ। ବିଧାନସଭାରେ ଏହି ପ୍ରସଙ୍ଗ ଉତଥାପନ କରାଯାଇ ଏହା ଉପରେ ବିଶଦଭାବେ ଆଲୋଚନା ହେବ ‌େବାଲି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତା କହିଥିଲେ।

ସେହିପରି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ, ସେମାନଙ୍କ ସ୍ବାସ୍ଥ୍ୟ ବୀମା ସହାୟତା ରାଶି ବୃଦ୍ଧି କରିବା ଓ ସୁରକ୍ଷା ଆଇନ ପ୍ରଣୟନ ନେଇ ଦାବିଗୁଡ଼ିକ ପ୍ରତି ପ୍ରତି ସରକାର ପୂର୍ଣ୍ଣ ସମ୍ବେଦନଶୀଳ ରହିଛନ୍ତି। ଏସବୁ ଦାବିକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେବେ ଏବଂ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ପୂର୍ବରୁ ଚଳିତ ସରକାର ସମୟରେ ସାମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଥିବା ସେ କହିଥିଲେ। ପୂର୍ବତନ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ରବି ନାରାୟଣ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରମୁଖଙ୍କ ସହ ମଧ୍ୟ ସାମ୍ବାଦିକମାନେ ଏହି ଦାବି ‌େନଇ ଆଲୋଚନା କରିଥିଲେ। ଏ ନେଇ ବିଧାନସଭାରେ ଆଲୋଚନା ହେବ ‌େବାଲି ସେମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ପଶ୍ଚିମବଙ୍ଗରେ ପେନସନ ଯୋଜନା କାର୍ଯ୍ୟକାରୀ ହୋଇଛି। ସେହିପରି ମହାରାଷ୍ଟ୍ର, ଛତିଶଗଡ଼ ଏବଂ ହରିଆନାରେ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟରତ ସାମ୍ବାଦିକମାନେ ଭେଟିବା ସମୟରେ ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, କେ. ରବି, ବିରୁପାକ୍ଷ ତ୍ରିପାଠୀ, ଧୀରେନ୍ଦ୍ର ନାରାୟଣ ମିଶ୍ର , ଅରବିନ୍ଦ ମିଶ୍ର, ଭବାନୀ ଶଙ୍କର ତ୍ରିପାଠୀ, ଦେବେନ୍ଦ୍ର ସୁଆର, ସୁରେନ୍ଦ୍ର କୁମାର ସାହୁ, ପ୍ରଦ୍ୟୁମ୍ନ ମହାନ୍ତି, ରମେଶ କୁମାର ମହାନ୍ତି, ସଞ୍ଜୟ ପ୍ରଧାନ, ଅଜୟ କୁମାର ଦାସ, ଅଶୋକ କୁମାର ସାହୁ, ପ୍ରତାପ ସାମଲ, ପାର୍ଥସାରଥୀ ଜେନା, ଦେବକାନ୍ତ ମହାପାତ୍ର, ବିଜୟ ପଣ୍ଡା, ହିମାଂଶୁ ସିଂହ, ଅନୀଲ ଦାସ, ରମେଶ ସ୍ବାଇଁ ,ଅଜିତ କୁମାର ଦାସ, ରବିପ୍ରିୟ ଦାସ, ରାମଚଣ୍ଡୀ ପ୍ରସାଦ ରଣସିଂହ, ବ୍ରାହ୍ମିପ୍ରିୟା ସାମନ୍ତରାୟ, ସୁଜିତ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର