ବିମାନ ବନ୍ଦର କାର୍ଯ୍ୟ ତଦାରଖ ପାଇଁ ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ଜୟପୁର ଆଗମନ

କୋରାପୁଟ: ରବିବାର ଦିନ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଜୟପୁର ବିମାନବନ୍ଦର କାର୍ଯ୍ୟ ତଦାରଖ କରିବାକୁ ଆସିଛନ୍ତି।

ଉଡ଼ାଣ ଯୋଜନାରେ ସାମିଲ ହୋଇଥିବା ଜୟପୁର ବିମାନ ବନ୍ଦରର କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏ ଯାବତ୍‌ ତାହା ଶେଷ ହୋଇ ପାରି ନାହିଁ। ୨୦୧୭ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ତାହା ସମ୍ଭବ ନ ହେବାରୁ ରାଜ୍ୟ ସରକାର ଡିସେମ୍ବର ୨୦୧୭ ଯାଏଁ ସମୟ ମାଗିଥିଲେ। କିନ୍ତୁ, ୨୦୧୮ ମେ’ ମାସ ଶେଷ ହେବା ଉପରେ ହୋଇଥିଲେ ମଧ୍ୟ କାର୍ଯ୍ୟ ସରିନାହିଁ।

କେଉଁ ପ୍ରକାର ଅସୁବିଧା ଯୋଗୁଁ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନାହିଁ ଏବଂ କାମ କେବେ ସରିବ ତାହାର ସରଜମିନ୍‌ ତଦାରଖ କରିଛନ୍ତି ଉଷା ପାଢ଼ୀ। ଏ ସଂକ୍ରାନ୍ତରେ ସେ କୋରାପୁଟ ଜିଲ୍ଲାପାଳ କେ ଏସ୍‌ ଚକ୍ରବର୍ତ୍ତୀ, ଏସ୍‌ପି କେ ଭି ସିଂହ ଓ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର