‘ଜୁଗାର’ବଛର୍‌କିଆ ବିଶେଷ ସଂଖ୍ୟା ଉନ୍ମୋଚନ ଆଜି

0 57

ବରଗଡ଼ : ଜୁଗାର ସମ୍ବାଦର ବଛରକିଆ ବିଶେଷ ସଂଖ୍ୟା ଉନ୍ମୋଚନ ଉତ୍ସବ ଆସନ୍ତାକାଲି (୨ ତାରିଖ ରବିବାର) ସ୍ଥାନୀୟ ବାନ୍ଦୁଟିକ୍ରା ସ୍ଥିତ ସାଇକ୍ରିଷ୍ଣା ପ୍ୟାଲେସରେ ୫ଟା ସମୟରେ ଅନୁଷ୍ଠିତ ହେବ। ଓଡ଼ିଶା ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାହାରୀ ଉତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚି ମୁଖ୍ୟଅତିଥି, ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁ ଜୁଗାର ବକ୍ତବ୍ୟ ରଖିବେ। ଏହି ଅବସରରେ ଭାଷା ସାହିତ୍ୟ କଳା ସଂସ୍କୃତି ତଥା କ୍ରୀଡ଼ା ‌େକ୍ଷତ୍ରରେ ବିଶେଷ ଅବଦାନ ପାଇଁ ସଂଗୀତଜ୍ଞ ଗୁରୁ ଡ. ଘାସିରାମ ମିଶ୍ର, ନାଟ୍ୟକାର ତଥା ଭାଷ୍ୟକାର ପ୍ରାଧ୍ୟାପକ କେଶରଂଜନ ପ୍ରଧାନ, କଣ୍ଠଶିଳ୍ପୀ ସର୍ବେଶ୍ବର ଭୋଇ ଏବଂ ଓଡ଼ିଶା ରଣଜୀ ଟ୍ରଫି ଖେଳାଳି ଦେବବ୍ରତ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ‘ସମ୍ବାଦ’ ପରିବାର ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ (ବାର୍ତ୍ତା) କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.