ବିନା ବ୍ୟବଚ୍ଛେଦରେ ହାତୀକୁ ପୋତି ଦେଲେ

ବାରିପଦା : ଶାରୀଶୁଆ ସେକ୍ସନ୍‌ ରାଇପାଳ ଫରେଷ୍ଟ୍ ବିଟ୍‌ ଅନ୍ତର୍ଗତ ଜାମଚୁଆ ଜଙ୍ଗଲରେ ରବିବାର ଦିନ ଏକ ହାତୀ ଛୁଆ ମରିପଡ଼ିଥିବା ସ୍ଥାନୀୟ ଗ୍ରାମବାସୀ ରାଇପାଳ ଫରେଷ୍ଟ ଗାର୍ଡ ଅନୀତା ସି˚’ଙ୍କୁ ସୂଚନା ଦେଇଥିଲେ। ମାତ୍ର ଫରେଷ୍ଟ ଗାର୍ଡ ଉକ୍ତ ହାତୀ ଛୁଆର ଶବ ବ୍ୟବଚ୍ଛେଦ ନକରି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପୋତି ଦେଇଥିଲେ। ଏ ନେଇ ସୂଚନା ପାଇବା ପରେ ଡିଏଫ୍‌ଓ ସ୍ବୟମ ମଲ୍ଲିକଙ୍କ ନିର୍ଦେଶକ୍ରମେ ଆଜି ମୃତ ହାତୀ ଛୁଆର ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଏହି ଅଣ୍ଡିରା ହାତୀ ଛୁଆର ବୟସ ୬ ମାସ ହେବ ବୋଲି ଜଣାପଡ଼ିଛି। ଦଳ ଭିତରେ ଗଣ୍ତଗୋଳ କାରଣରୁ ଦନ୍ତାହାତୀର ଆକ୍ରମଣରେ ଛୁଆଟି ମୃତ୍ୟୁବରଣ କରିଥିବା ଡିଏଫ୍‌ଓ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ତେବେ ଫରେଷ୍ଟ ଗାର୍ଡ ଶ୍ରୀମତୀ ସି˚ ବିନା ପୋଷ୍ଟମର୍ଟମରେ ମୃତ ହାତୀ ଛୁଆଟିକୁ ପୋତି ଦେଇଥିବାରୁ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏଫ୍‌ଓ।

ସମ୍ବନ୍ଧିତ ଖବର