ଜଷ୍ଟିସ ଏମ୍.ଏମ୍.ଦାସ କମିସନ: ୧୮କ୍ଷୁଦ୍ର ଜମାକାରୀ ଫେରିପାଇଲେ ଟଙ୍କା

କଟକ: ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ୨ଟି ଅର୍ଥଲଗାଣକାରୀ ସଂସ୍ଥାର ୧୮ଜଣ କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇଛନ୍ତି। କମିସନ୍ ୧୪ଜଣ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ଆଲାୟାନ୍ସ ସ୍ମାର୍ଟ ଇଫ୍ରାଷ୍ଟ୍ରକଚର ସଂସ୍ଥାକୁ ନୋଟିସ୍ ଜାରି କରିଥିଲେ। ନୋଟିସ୍ ପାଇ ସଂସ୍ଥା ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଆଗ୍ରହ ପ୍ରକାଶ କରିବା ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କମିସନଙ୍କ ନୋଟିସ୍ ପାଇ ଏହି ସଂସ୍ଥାର ଜମାକାରୀମାନେ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଏହି ସ˚ସ୍ଥାରେ ନିବେଶ କରିଥିବା ଟଙ୍କା ସ˚ପର୍କରେ ନଥିପତ୍ର ସହିତ ନିଜ ପରିଚୟପତ୍ର ଉପସ୍ଥାପନ କରିଥିଲେ। ଏହା ପରେ ସଂସ୍ଥା ଉପସ୍ଥିତ ଥିବା ୧୪ ଜଣଙ୍କୁ ଜମା ଟଙ୍କା ଫେରସ୍ତ କରିଥିଲା। ସେହିପରି ରାଡିକ୍ସ ସିକ୍ୟୁରିଟିଜକୁ କମିସନ୍ ୧୭୨ଜଣ ଜମାକାରୀଙ୍କ ପ୍ରସଂଗରେ ନୋଟିସ୍ ଜାରି କରିଥିବା ବେଳେ ସଂସ୍ଥା ଉପସ୍ଥିତ ଥିବା ୪ଜଣଙ୍କୁ ସେମାନଙ୍କ ଜମାଟଙ୍କା ଫେରାଇଛି।

ସମ୍ବନ୍ଧିତ ଖବର