ଜଷ୍ଟିସ୍‌ ବିଜୟ କୁମାର ନାୟକ ଓଡ଼ିଶା ନ୍ୟାୟିକ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

0 138

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବିଜୟ କୁମାର ନାୟକ ଓଡ଼ିଶା ରାଜ୍ୟ ନ୍ୟାୟିକ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ଆଇନ ବିଭାଗର ୧୬ ମାର୍ଚ୍ଚ ୨୦୧୬ର ରିଜୋଲୁସନ ଅନୁସାରେ ଏହି ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ଆଇନ ବିଭାଗର ଅତିରିକ୍ତ ସଚିବ ଜୀବନ ବଲ୍ଲଭ ମିଶ୍ର ରାଜ୍ୟ ନ୍ୟାୟିକ ଆୟୋଗର ସଚିବ ରହିବେ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର ଗତ ମାର୍ଚ୍ଚ ୨୦୧୬ରେ ଏକ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ଏହି ନ୍ୟାୟିକ ଆୟୋଗ ଗଠନ କରିଥିଲେ । ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ମୁଖ୍ୟ ରହିବେ । ଏହି ଆୟୋଗ ରାଜ୍ୟର ବିଭିନ୍ନ ଆଇନଗୁଡ଼ିକର ତର୍ଜମା କରିବା ସହ ନୂଆ ଆଇନ ପ୍ରସ୍ତୁତି କ୍ଷେତ୍ରରେ କାମ କରିବ ଓ ନ୍ୟାୟିକ ସଂସ୍କାର କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.