ଜଷ୍ଟିସ୍‌ ଏମ୍.ଏମ୍‌.ଦାସ କମିସନଙ୍କ ଷଷ୍ଠ ଅନ୍ତରୀଣ ରିପୋର୍ଟ: ୧.୪୩ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପରାମର୍ଶ

କଟକ: ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ ଆଜି ସରକାରଙ୍କୁ ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ଦ ଲଫାପାରେ ଏହି ଅନ୍ତରୀଣ ରିପୋର୍ଟ କମିସନଙ୍କ ସଚିବ ଦେବରାଜ ରାଉତ ଗୃହ ବିଭାଗକୁ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ, ୧୭ ହଜାର ୬୭୭ ପୃଷ୍ଠାର ଏହି ରିପୋର୍ଟରେ ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାର ଚିହ୍ନଟ କରାଯାଇଥିବା ୧ ଲକ୍ଷ ୪୩ ହଜାର ୪୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯାଇଛି। ସେଥିମଧୢରୁ କୋଲକାତା ଓୟାର ଇଣ୍ଡଷ୍ଟ୍ରିଜର ୨୩ ହଜାର ୪୮୮, ବାସିଲ ଇଣ୍ଟରନ୍ୟାସନାଲର ୧୫ ହଜାର ୮୮୮, ଫ୍ଲୋରିସ ଡେଭେଲପମେଣ୍ଟ ଇଣ୍ଡିଆ ଲିମିଟେଡର ଗ୍ରୁପର ୯ ହଜାର ୪୪, ଗ୍ରିନ୍ ରେ ଇଣ୍ଟରନ୍ୟାସନାଲର ୬ ହଜାର ୮୧୨, ସାରଦା ଗ୍ରୁପର ୪ ହଜାର ୯୪୨, ନବଜ୍ୟୋତି ରିୟଲିଟି ଇଣ୍ଡିଆ ଲିମିଟେଡର ୪ ହଜାର ୩୫୩, ସିସୋର ଗ୍ରୁପର ୪ ହଜାର ୨୨୯, ସେଡିଲ ଗ୍ରୁପର ୨ ହଜାର ୮୦୦ ଓ ଆସ୍ଥା ଇଣ୍ଟରନ୍ୟାସନାଲର ୨ ହଜାର ୨୮ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିବା ଜଣାଯାଇଛି। ବିଭିନ୍ନ ଚିଟ୍‌ଫଣ୍ତ୍‌ ସ˚ସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସ˚ଗରେ ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିବା ବେଳେ ସରକାର ଗଠନ କରିଥିବା କର୍ପସ ଫଣ୍ତରୁ ଚିହ୍ନଟ କରାଯାଇଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ ସେ ସ˚ପର୍କରେ ସ୍ବତନ୍ତ୍ର ଭାବେ ପରାମର୍ଶ ପ୍ରଦାନ କରାଯାଇଛି। ଷଷ୍ଠ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଭିତରେ ୨୨୯ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ କମିସନ୍‌ ୩ ଲକ୍ଷ ୬୧ ହଜାର ୮୧୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ମୋଟ ୧ ହଜାର ୭୧୪ ଜଣ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କମିସନଙ୍କ ନିକଟରେ ଦାଖଲ ସତ୍ୟପାଠ ଆଧାରରେ ଷଷ୍ଠ ପର୍ଯ୍ୟାୟରେ ୫୨୨ଟି ଅର୍ଥ ଲଗାଣକାରୀ ସ˚ସ୍ଥାକୁ ବିଭିନ୍ନ ପର୍ଯ୍ୟାୟରେ ନୋଟିସ୍‌ ଜାରି କରାଯାଇଥିବା ଜଣାଯାଇଛି। ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ପରେ ଜଷ୍ଟିସ ମଦନ ମୋହନ ଦାସ କହିଛନ୍ତି ଯେ, ସାଢେ ୬ ଲକ୍ଷ ସତ୍ୟପାଠର ତଦନ୍ତ ସରିଲାଣି। ଆଉ ପୁରୁଣା ପ୍ରାୟ ଅଢେଇ ଲକ୍ଷ ସତ୍ୟପାଠ ରହିଛି। ଏଥି ସହିତ ନିକଟରେ ଦାଖଲ ହୋଇଥିବା ପ୍ରାୟ ୬ ଲକ୍ଷ ସତ୍ୟପାଠ ଡିଜିଟାଲାଇଜଡ୍‌ ହେବା ପରେ ଯାଞ୍ଚ କରାଯିବ। କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ସରିଲେ ବଡ ଜମାକରୀଙ୍କ ପ୍ରସଂଗରେ ତଦନ୍ତ ହେବ। ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରାଯାଉଛି ବୋଲି କମିସନ୍ କହିଛନ୍ତି। ଏଥିପାଇଁ ଆଉ ୨/୩ ବର୍ଷ ଲାଗିପାରେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର