ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍: ଇଓଡବ୍ଲ୍ୟୁ ଦେଲା ୬୪ କମ୍ପାନିର ଠିକଣା

କଟକ : ରାଜ୍ୟରେ ଚିଟ୍‌ଫଣ୍ତ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ଜରିଆରେ ଆଜି ଜଣେ କ୍ଷୁଦ୍ର ଜମାକାରୀ ନିଜ ଜମା ଟଙ୍କା ଫେରି ପାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କମିସନଙ୍କ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇ ରିଅଲ ଭିଜନ କର୍ମସିଆଲ କର୍ପୋରେସନ ଲିମିଟେଡ ସ˚ସ୍ଥାର ପଦାଧିକାରୀ ଉପସ୍ଥିତ ଥିବା ଜଣେ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛନ୍ତି। ଅବଶିଷ୍ଟ ଜମାକାରୀଙ୍କୁ ଡିସେମ୍ବର ୨୨ରେ ଅର୍ଥ ଫେରସ୍ତ ପାଇଁ କମିସନ୍ ରିଅଲ ଭିଜନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କେତେକ ଚିଟଫଣ୍ଡ କମ୍ପାନିର ଠିକଣା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) କମିସନଙ୍କୁ ପ୍ରଦାନ କରିଛି। ଜମାକରୀଙ୍କ ସତ୍ୟପାଠ ଯାଞ୍ଚ ବେଳେ ୧୫୫ଟି ଚିଟଫଣ୍ଡ୍ କମ୍ପାନିର ପଦାଧିକାରୀଙ୍କ ଠିକଣା ଜଣା ପଡି ନଥିଲା। ଏପରି ସଂସ୍ଥା ଗୁଡିକର ଠିକଣା ପ୍ରଦାନ ପାଇଁ କମିସନ୍ ଇଓଡବ୍ଲୁକୁ ଚିଠି ଲେଖିଥିଲେ। ଏପରି ୬୪ଟି କମ୍ପାନିର ଠିକଣା ଇଓଡବ୍ଲୁ କମିସନଙ୍କୁ ପ୍ରଦାନ କରିଥିବା ‌େ‌ବଳେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏହି ସଂସ୍ଥା ଗୁଡିକର ପଦାଧିକାରୀଙ୍କୁ ଖୁବ୍ ଶୀଘ୍ର ନୋଟିସ୍ ଜାରି କରାଯିବ ବୋଲି ସୂଚନା ମିିଳିଛି।

ସମ୍ବନ୍ଧିତ ଖବର