ଜଷ୍ଟିସ୍‌ ଏସ୍‌.ସି ପରିଜା ହେଲେ ଓରେରା ଆପିଲିଏଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ

justice s c parija

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌.ସି ପରିଜାଙ୍କୁ ରାଜ୍ୟ ସରକାର ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାର ରିଅଲ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ ‌େଡଭଲପମେଣ୍ଟ) ଆକ୍ଟ, ୨୦୧୬ର ଧାରା ୪୩, ଉପଧାରା ୧ ଅନୁଯାୟୀ ଓରେରା ଆପିଲିଏଟ୍‌ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ୍‌ ଏସ୍‌.ସି ପରିଜାଙ୍କୁ ନିଯୁକ୍ତି ଦିଆଯାଇଛି। ଆପିଲିଏଟ୍‌ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ଜଣେ ହାଇକୋର୍ଟର କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ନିୟମ ଥିବାବେଳେ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଏହି ଆପିଲିଏଟ୍ ଟ୍ରିବ୍ୟୁନାଲରେ ଆଉ ଦୁଇ ଜଣ ସଦସ୍ୟ ରହିବେ। ଏଥିରେ ଜଣେ ବୈଷୟିକ ଅଭିଜ୍ଞତା ଥିବା ଏବଂ ଆଉ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ନିୟମ ରହିଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଓରେରାରେ ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କର ଆପିଲିଏଟ୍ ଅଥରିଟିଙ୍କ ନିକଟରେ ଶୁଣାଣି ହେଉଛି। ଅଥରିଟିଙ୍କ ରାୟ ନେଇ କାହାର ଅଭିଯୋଗ ରହିଲେ ବି ଏହାର ଶୁଣାଣି ହୋଇପାରୁନି। ଏବେ ଅଥରିଟିଙ୍କ ରାୟକୁ ଚାଲେଞ୍ଜ କରି ଅଭିଯୋଗକାରୀ ଆପିଲିଏଟ୍‌ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇପାରିବେ।

ସମ୍ବନ୍ଧିତ ଖବର