୧୯ରେ ଶପଥ ନେବେ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ

କଟକ : ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ନଭେମ୍ବର ୧୯ତାରିଖ ଦିନ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ସୂତ୍ରରୁ ଜଣାପଡିଛି। ସୋମବାର ଦିନ ସକାଳ ୧୦ଟା ୧୫ ମିନିଟରେ ହାଇକୋର୍ଟର ନୂଆ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ଜଷ୍ଟିସ ପୂଜାହାରୀ ଶପଥ ଗ୍ରହଣ କରିବେ।

ଉଲ୍ଲେଖ ଯୋଗ୍ୟ ଯେ ୧୯୬୦, ସେପ୍ଟେମ୍ବର ୨୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପୂଜାହାରୀ ୨୦୧୩, ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୭, ନଭେମ୍ବର ୨୨ରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ସେ ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟ କରୁଥିବା ବେଳେ ଗତ ମାସ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରିଥିଲା। ଏହି ସୁପାରିଶକୁ କେନ୍ଦ୍ର ଆଇନମନ୍ତ୍ରଣାଳୟ ଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର