ସୁପ୍ରିମକୋର୍ଟ ବିଚାରପତି ପାଇଁ ଜଷ୍ଟିସ ଭିନିତ ସରନଙ୍କ ନାଁ ସୁପାରିସ

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ସୁପ୍ରିମକୋର୍ଟରେ ୯ ବିଚାରପତି ପଦ ଖାଲି ପଡିଥିବା ବେଳେ ତିନୋଟି ପଦ ପୂରଣ ନେଇ କଲେଜିୟମରେ ଆଲୋଚନା କରାଯାଇଥିଲା। ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କ ନାଁ କଲେଜିୟମ ସୁପାରିଶ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଜଷ୍ଟିସ ସରନ ୨୦୦୨, ଫେବ୍ରୁଆରି ୧୪ରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହା ପରେ ୨୦୧୫, ଫେବ୍ରୁଆରି ୧୬ରେ ସେ ବଦଳି ହୋଇ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୬, ଫେବ୍ରୁଆରି ୨୬ରେ ଜଷ୍ଟିସ ସରନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର