ତେଲେଗୁ କବି କେ. ଶିବା ରେଡ୍ଡି ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିଆଯାଉଥିବା ଗଙ୍ଗାଧର ଜାତୀୟ ସମ୍ମାନ ପାଇବା ପାଇଁ ତେଲଗୁ କବି କେ.ଶିବା ରେଡ୍ଡି ମନୋନୀତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ କବି ରେଡ୍ଡିଙ୍କୁ ଏହି ସମ୍ମାନ ୨୦୧୬ ବର୍ଷ ପାଇଁ ଦିଆଯିବ। ସମ୍ମାନ ବାବଦକୁ ମାନପତ୍ର, ଉପଢ଼ୌକନ ଓ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। କବି ଶିବା ରେଡ୍ଡିଙ୍କର ୧୧ଟି କବିତା ସଂକଳନ ପ୍ରକାଶିତ ହୋଇଛି। ୧୯୭୩ ମସିହାରେ ତାଙ୍କ ରଚିତ ପ୍ରଥମ ସଂକଳନ ପ୍ରକାଶ ପାଇଥିଲା। ତାଙ୍କ ସଂକଳନ ‘ମହୋନା ଓଃ ମୋହନା’ ପାଇଁ ସେ ୧୯୯୦ରେ କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ୱାରା ପୁରସ୍କୃତ ହୋଇଥିଲେ। ସେ ଆନ୍ଧ୍ରପ୍ରଦେଶର ତେନାଲି ସହରର ମୂଳ ବାସିନ୍ଦା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ହାଇଦ୍ରାବାଦରେ ରହିଥିଲେ।

ସମ୍ବନ୍ଧିତ ଖବର