ଭୁବନେଶ୍ବର : କାକଟପୁର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ଓ ସ୍ବାଧୀନ ନାୟକଙ୍କ ନେତୃତ୍ବରେ କାକଟପୁର ବ୍ଲକ୍ର ବହୁ କଂଗ୍ରେସ ନେତା ଓ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ମିଶିଥିଲେ। ଏହି ଯୋଗଦାନ କାକଟପୁର ନିର୍ବାଚନମଣ୍ଡଳୀ ସହ ପୁରୀ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧିରେ ସହାୟକ ହେବ। ବିଜେଡିରେ ଯୋଗ ଦେଇଥିବା ନେତାମାନେ ହେଲେ କାକଟପୁର ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀଧର ନାୟକ, ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ସାହୁ, କାକଟପୁର ବ୍ଲକ୍ କଂଗ୍ରେସ ସଂଖ୍ୟାଲଘୁ ଅଧ୍ୟକ୍ଷ ତାଜ୍ଉଦ୍ଦିନ୍ ମହମ୍ମଦ, ସରପଞ୍ଚ ଗୋଲାମ୍ ଖାନ୍, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ସୁକାନ୍ତ କୁମାର ନାୟକ, ପୂର୍ବତନ ସରପଞ୍ଚ ଦିବାକର ସିଂହ ଓ ଚତୁର୍ଭୁଜ ରାଉତ ପ୍ରମୁଖ। ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ଓ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।
ବିଜେଡିରେ ଯୋଗଦେଲେ କାକଟପୁର ବ୍ଲକ୍ର କଂଗ୍ରେସ ନେତା ଓ କର୍ମୀ
/sambad/media/post_attachments/wp-content/uploads/2019/04/bjd-press-meat-450x270.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)