କଳାହାଣ୍ଡି: ଆନ୍ଧ୍ରପ୍ରଦେଶ ଯାଉଥିବା ୨୦ ଦାଦନ ଉଦ୍ଧାର

ଧର୍ମଗଡ଼: ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ୨୦ ଜଣଙ୍କୁ ଶନିବାର ପୂର୍ବାହ୍ନରେ ଧର୍ମଗଡ଼ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ୨୦ ଜଣଙ୍କ ମଧ୍ୟରେ କେତେକ ମହିଳା ଏବଂ ଶିଶୁ ଅଛନ୍ତି।

କିଛି ଲୋକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଆଡ଼େ ଯାଉଥିବାର ସୂଚନା ପାଇ ପୁଲିସ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଲା। ସେଠାରୁ ଆନ୍ଧ୍ର ଅଭିମୁଖେ ଯିବାକୁ ବାହାରିଥିବା ଏକ ଯାତ୍ରୀବାହୀ ଘରୋଇ ବସ୍‌ରୁ ପୁଲିସ ଏହି ୨୦ ଜଣଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଦାଦନ ଏବଂ ସମ୍ପୃକ୍ତ ବସ୍‌ଟିକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର