କଳାହାଣ୍ଡି: ମିନି ଟ୍ରକ୍‌ ଓଲଟି ୩ ମୃତ; ୭ ଆହତ

କଲମପୁର: ମଙ୍ଗଳବାର ସକାଳ ସାଢ଼େ ନଅଟା ପରେ ଜୟପାଟଣାରୁ କଲମପୁର ବ୍ଲକ୍‌ ବନ୍ଧକଣା ଗ୍ରାମ ବଜାରକୁ ଆସୁଥିବା ଏକ ମିନି ଟ୍ରକ୍‌ ଭାରସାମ୍ୟ ହରାଇ ମଣ୍ଡିଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ସେଥିରେ ୧୦ ଜଣ ଯାତ୍ରୀ ଥିଲେ। ଚିକିତ୍ସା ପାଇଁ ବାକି ୭ ଜଣଙ୍କୁ ସ୍ଥାନୀୟ ଲୋକେ ଗାଡ଼ି କରି ଜୟପାଟଣା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ମହିଳାଙ୍କ ନାମ ହେଉଛି ଉଷା ନାଗ। ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି କୁମାରୀ ନାଗ ଏବଂ ପ୍ରେମରାଜ ନାଗ।

ଚିକିତ୍ସାଧୀନ ଥିବା ୭ ଜଣ ଆହତଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ସେମାନଙ୍କୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି।
ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରା ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଉଷା ନାଗଙ୍କ ଶବ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ୍‌ରେ ଡାକ୍ତରଖାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର