କଳାହାଣ୍ଡି: ସ୍କର୍ପିଓ ଓଲଟି ୨ ମୃତ; ୫ ଆହତ

ଭବାନୀପାଟଣା: ରବିବାର ଭୋର୍‌ ସମୟରେ ଖରିଆଡ଼-ଭବାନୀପାଟଣା ରାସ୍ତାର ଖଇରମାଳ ନିକଟରେ ଥିବା ଏକ ପୋଲ ଉପରୁ ଗୋଟିଏ ସ୍କର୍ପିଓ ଗାଡ଼ି ତଳକୁ ଖସି ଓଲଟି ପଡ଼ିବାରୁ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହେବା ସହ ବାକି ୫ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଟିରେ ଏକ ବରଯାତ୍ରୀ ଦଳ ରାୟପୁରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ମରିଥିବା ଦୁଇ ବ୍ୟକ୍ତି ହେଉଛନ୍ତି ବରର ବାପା ଚନ୍ଦ୍ର ବେହେରା ଓ ମାମୁ ଶୋଭନ ବେହେରା। ଆହତମାନଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗାଁଲୋକେ ୧୦୮ ଆମ୍ବୁଲାନ୍‌ସ୍‌ରେ ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ।

ପୁଲିସ ଦୁର୍ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର