କାଳିଆ ଯୋଜନାରେ ଦ୍ବିତୀୟ କିସ୍ତି ଦିଆଯାଇନି: ମନ୍ତ୍ରୀ

ଭୁବନେଶ୍ବର : କାଳିଆ ଯୋଜନାରେ ୨୦୧୯-୨୦ ବର୍ଷ ସୁଦ୍ଧା ୭୫,୦୦,୦୦୦ ଚାଷୀ ପରିବାରକୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୧,୦୫,୨୯୦ ଚାଷୀ ଉପକୃତ ହୋଇଛନ୍ତି ଓ ସେମାନଙ୍କ ଆକାଉଣ୍ଟ୍‌କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି। ବଳକା ୨୩,୯୪,୭୧୦ ଚାଷୀ ଆଗାମୀ ଦିନରେ ଉପକୃତ ହେବେ। ତେବେ ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ବର୍ତ୍ତମାନ ସୁଦ୍ଧା ପଇଠ କରାଯାଇ ନାହିଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହଙ୍କ ଏ ସଂକ୍ରାନ୍ତୀୟ ପୃଥକ ପୃଥକ ପ୍ରଶ୍ନରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯା‌ୟୀ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩,୮୦,୬୨୧ ଚାଷୀ କାଳିକା ଯୋଜନାରେ ସାମିଲ ହୋଇଥିଲା ବେଳେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ବାଲେଶ୍ବର(୩,୧୯,୭୫୫) ଓ ମୟୂରଭଞ୍ଜ(୩,୧୪,୯୨୯) ରହିଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୫୧,୭୮୯ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର