ରାଜ୍ୟରେ ୩୦.୪୦ଲକ୍ଷ କାଳିଆ ହିତାଧିକାରୀ: ବିଜେଡି

ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲ୍ଲାରେ କାଳିଆ ହିତାଧିକାରୀଙ୍କ ଚିହ୍ନଟ ସରକାର କରିଛନ୍ତି। ସରକାରୀ ତଥ୍ୟକୁ ଆଧାର କରି ବିଜୁ ଜନତା ଦଳ ପକ୍ଷରୁ ଏହି ତାଲିକା ଜାରି କରାଯାଇଛି। ସାରା ରାଜ୍ୟରେ ମୋଟ ୩୦ ଲକ୍ଷ ୪୦ ହଜାର ୩୮ ଜଣ ହିତାଧିକାରୀ କାଳିଆ ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।

ରାଜ୍ୟର ୩୦ଟି ଜିଲ୍ଲାର ତଥ୍ୟକୁ ଦେଖିଲେ ଜଣାପଡ଼ିଛି, ମୟୁରଭଞ୍ଚରେ ସର୍ବାଧିକ ୨ ଲକ୍ଷ ୨୭ ହଜାର ୭୦ଜଣ ଚାଷୀ ଚିହ୍ନଟ ହୋଇଥିବାବେଳେ ଦେବଗଡ଼ରେ ସର୍ବନିମ୍ନ ୩୬ ହଜାର ୪୬୮ଜଣ ଚାଷୀ ହିତାଧିକାରୀ ତାଲିକାରେ ପଞ୍ଜିକରଣ କରିଛନ୍ତି। ସେହିପରି ଅନୁଗୁଳରେ ୭୫ ହଜାର ୯୧୮ ଜଣ, ବାଲେଶ୍ବରରେ ୧ ଲକ୍ଷ ୮୨ ହଜାର ୪୭୫, ବରଗଡ଼ରେ ୧,୪୭,୧୮୫, ଭଦ୍ରକରେ ୯୧ ହଜାର ୭୮୪, ବଲାଙ୍ଗୀରରେ ୧ଲକ୍ଷ ୬୦ ହଜାର ୪୬୯, ବୌଦ୍ଧରେ ୫୪ ହଜାର ୪୦୫, କଟକରେ ୧ ଲକ୍ଷ୧୩ ହଜାର ୭୧୬ଜଣ, ଢେଙ୍କାନାଳରେ ୫୬ ହଜାର ୭୪୭, ଗଜପତିରେ ୫୧ ହଜାର୧୧୫, ଗଞ୍ଜାମରେ ୧ ଲକ୍ଷ ୯୦ ହଜାର ୪୯୮, ଜଗତସିଂହପୁରରେ ୭୮ ହଜାର ୫୮୦, ଯାଜପୁରରେ ୯୦ ହଜାର ୧୫୩, ଝାରସୁଗୁଡ଼ାରେ ୩୬ ହଜାର ୪୭୯ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। କଳାହାଣ୍ଡିରେ ୧ ଲକ୍ଷ ୭୩ ହଜାର ୨୯୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ, କନ୍ଧମାଳରେ ୭୯ ହଜାର ୨୬୨, କେନ୍ଦ୍ରାପଡ଼ାରେ ୯୬ ହଜାର ୯୫୬, କେନ୍ଦୁଝରରେ ୧ ଲକ୍ଷ ୬୨ ହଜାର ୯୫୨, ଖୋର୍ଦ୍ଧାରେ ୬୯ ହଜାର ୬୫୬, କୋରାପୁଟରେ ୧ ଲକ୍ଷ ୯ ହଜାର ୧୬୭, ମାଲକାନଗିରିରେ ୫୫ ହଜାର ୬୯୧, ନବରଙ୍ଗପୁରରେ ୧ ଲକ୍ଷ ୨ ହଜାର ୦୨୨, ନୟାଗଡ଼ରେ ୬୨ ହଜାର ୪୨୫, ନୂଆପଡ଼ାରେ ୬୭ ହଜାର ୮୮୨, ପୁରୀରେ ୧ ଲକ୍ଷ ୧୭ ହଜାର ୭୮୨, ରାୟଗଡ଼ାରେ ୮୨ ହଜାର ୫୫, ସମ୍ବଲପୁରରେ ୭୨ ହଜାର ୫୩୦, ସୋନପୁରରେ ୬୩ ହଜାର ୩୭୨ ଓ ସୁନ୍ଦରଗଡ଼ରେ ୧ ଲକ୍ଷ ୩୧ ହଜାର ୯୩୧ଜଣ କାଳିଆ ହିତାଧିକାରୀ ଆର୍ଥିକ ସହାୟତା ପାଇବା ପାଇଁ ପଞ୍ଜିକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର