୨୫ରେ ପୁରୀରେ କାଳିଆ ସମାବେଶ

ରାହୁଲ ସମାବେଶକୁ ଟକ୍କର ଦେବ ବିଜେଡି, ଲକ୍ଷେ ଲୋକଙ୍କ ସମାଗମ ପାଇଁ ପ୍ରସ୍ତୁତି

ପୁରୀ : ବିଜେପି ପରେ ଏବେ ବିଜେଡି ଟାର୍ଗେଟ୍‌ରେ ଅଛି କଂଗ୍ରେସ। ସେଥି ପାଇଁ ରାହୁଲଙ୍କ ୨୫ ତାରିଖ ସମାବେଶକୁ କାଉଣ୍ଟର କରିବାକୁ ପୁରୀରେ କରିବ କାଳିଆ ସମାବେଶ। ଅନୂନ୍ୟ ୧ ଲକ୍ଷ ଲୋକଙ୍କ ସମାବେଶ କରିବାକୁ ଯୋଜନା କରିଛି ବିଜେଡି। ଏ ନେଇ ଆଜି ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ୬ ବିଧାୟକ ଏକାଠି ହୋଇଛନ୍ତି। ୨୫ ତାରିଖ ସମାବେଶକୁ କିପରି ସଫଳ କରାଯିବ ସେ ନେଇ ବିଚାର ବିମର୍ଶ ହୋଇଛି।

ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେଉଛି ରାହୁଲଙ୍କ ସମାବେଶ। କଂଗ୍ରେସ ସେହିଠାରୁ ଆସନ୍ତା ନିର୍ବାଚନ ପାଇଁ ବିଗୁଲ ବଜାଇବ। ପ୍ରସ୍ତୁତି ମୁତାବକ ଲୋକଙ୍କୁ ଏକଜୁଟ୍‌ କରି ବିଜେଡି ବିରୋଧରେ ଗର୍ଜିବାକୁ ଯୋଜନା କରିଛି। ତେବେ ରାହୁଲଙ୍କ ଏହି ସମାବେଶକୁ ଠିକଣା ଢଙ୍ଗରେ ଜବାବ ଦେବା ପାଇଁ ସେହି ଦିନ ବିଜେଡି ପକ୍ଷରୁ ପୁରୀ ମାଳତିପାଟପୁରରେ କାଳିଆ ସମାବେଶର ଆୟୋଜନ କରାଯାଉଛି। ଯେଉଁଥିରେ ଲକ୍ଷେ ଲୋକଙ୍କ ସମାଗମ ପାଇଁ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ୍୍‌। ଅଧିକରୁ ଅଧିକ କର୍ମୀଙ୍କୁ ଆଣି ପହଞ୍ଚାଇବାକୁ ୬ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଖାଲି ସେତିକି ନୁହେଁ, ରାହୁଲଙ୍କ ଭୁବନେଶ୍ବର ସମାବେଶକୁ ପୁରୀ ଜିଲ୍ଲାରୁ ଯେମିତି ଜଣେ ହେଲେ କେହି ନ ଯାଆନ୍ତି ସେଥି ପାଇଁ ହୁଇପ୍ ମଧ୍ୟ ଜାରି କରାଯାଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର