ଆସନ୍ତା ୨୬ ସୁଦ୍ଧା ‘କାଳିଆ ଯୋଜନା’ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର : କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଛନ୍ତି। ତେବେ କାଳିଆ ଯୋଜନାର ଆବେଦନ ତାରିଖ ୧୦ ତାରିଖ ଥିଲା। ଫର୍ମ ସଠିକ୍‌ ଭାବେ ମିଳୁ ନ ଥିବା ଅଭିଯୋଗ ପରେ ଆବେଦନ ତାରିଖକୁ ୧୫ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। ଏଯାବତ୍‌ ବହୁ ହିତାଧିକାରୀ  ଫର୍ମ ପୂରଣ କରି ସାରିଥିବା ସୂଚନା ମିଳିଛି। ଯେଉଁ କୃଷକମାନେ ଆବେଦନ କରି ସାରିଛନ୍ତି ସେମାନଙ୍କ ଜମା ଖାତାକୁ ଆସନ୍ତା ଜାନୁଆରି ୨୬ ତାରିଖ ସୁଦ୍ଧା ସିଧାସଳଖ ଟଙ୍କା ପହଞ୍ଚିଯିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଶନିବାର ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ ପରେ ଟଙ୍କା ଦିଆଯିବ। ଯୋଜନାକୁ ନେଇ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଜରିଆରେ ବୈଧତା ଯାଞ୍ଚ କରାଯିବ। ଅଧିକାରୀ ଯାଞ୍ଚ ତାଲିକା ଦେଲା ପରେ ୨୬ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ କରାଯିବ।

ଏହି ଯୋଜନା ଦ୍ଵାରା ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ। କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା,ବିନା ସୁଧରେ ଫସଲ ଋଣ ଯୋଗାଇ ଦିଆଯିବଯ

ସମ୍ବନ୍ଧିତ ଖବର