କାଳିଆ କେଳେଙ୍କାରୀ ନେଇ ଘେରିଲା ବିଜେପି, ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କରିବାକୁ ଦାବି

ଭୁବନେଶ୍ବର : ‘କାଳିଆ’ କେଳେଙ୍କାରୀ ଘଟଣାର ନିରପେକ୍ଷ ଯାଞ୍ଚ କରାଯାଉ। ଆଜି ରାଜ୍ୟ ବିେଜପି ଏହାର କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି। ଦଳର ସାଧାାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କାଳିଆ େଯାଜନାକୁ ନେଇ େଯଉଁ ଦୁର୍ନୀତି େହାଇଛି, ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ଶାସକ ବିେଜଡି ନିର୍ବାଚନ ଜିତିବା ପାଇଁ କାଳିଆ େଯାଜନା ଲାଗୁ କରିଥିଲା। ଦଳୀୟ କର୍ମୀଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି େଯାଜନା ମାଧ୍ୟମରେ ଟଙ୍କା ବଣ୍ଟାଯାଇଥିଲା। ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଅର୍ଥ େଫରାଇବା କଥା କୁହାଯାଉଛି। ଏହାଦ୍ବାରା ଚାଷୀଙ୍କ ମନରେ ବିଜେଡି ଭୟର ବାତାବରଣ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ବିେଜପି କହିଛି ଯେ ଏକଦା ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରି ସେମାନଙ୍କୁ ଜେଲ୍ ପଠାଇଯାଇଥିଲା। ଏବେ କାଳିଆ େଯାଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାର ଟଙ୍କା ଆଦାୟ ପାଇଁ ଉଦ୍ୟମ କରୁଛନ୍ତି। େଯାଗ୍ୟ ଚାଷୀ ପରିବାର ବି ଆଶଙ୍କା ଭିତରେ ରହିଛି େଯ କାଳେ ତାଙ୍କୁ ଅଯୋଗ୍ୟ େଘାଷଣା କରି ଅର୍ଥ ଆଦାୟ କରାଯିବ, ନଚେତ୍ ଜେଲ୍ ପଠାଯିବ। ସବୁଠାରୁ ବଡ଼ କଥା ହେଲା, େଖାଦ୍ ବିଭାଗୀୟ ମନ୍ତ୍ରୀ ଏହି େଯାଜନାରେ ଦୁର୍ନୀତି େହାଇଛି େବାଲି ସ୍ବୀକାର କରିବା ପରେ ବିଜେଡି ମୁଖପାତ୍ର ଏହାକୁ ନେଇ ଭିନ୍ନ ମତ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି େବାଲି ଶ୍ରୀ ହରିଚନ୍ଦନ ଅଭିେଯାଗ କରିଛନ୍ତି।

କୃଷି ମନ୍ତ୍ରୀ ଅରୁଣ ସାହୁ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ େବାଲି ସୂଚାଇଥିବା ବେଳେ କୃଷି ବିଭାଗ ଏକ ବିଜ୍ଞପ୍ତି ଜାରି କରି ଏହା ୩୨ ହଜାର େବାଲି କହିଲେଣି। ବିେଜଡି ମୁଖପାତ୍ର ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩୨ ହଜାର େବାଲି ଦର୍ଶାଇଛନ୍ତି। ଏମାନଙ୍କ ମଧ୍ୟରୁ କିଏ ସତ କହୁଛି େବାଲି ବିେଜପି ପ୍ରଶ୍ନ ପଚାରିଛି। ସେହିଭଳି ମନ୍ତ୍ରୀ ସୁଶାନ୍ତ ସିଂହ, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ତତ୍କୀଳନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସଂପର୍କୀୟମାନେ ଏହି େଯାଜନାରେ ଅର୍ଥ ପାଇଥିଲେ, ଏକଥା କାଳିଆ େଯାଜନା େଵବସାଇଟରେ ଥିଲା। ସେମାନଙ୍କ ନାମ ଏହି ଅଯୋଗ୍ୟ ତାଲିକାରେ ଅଛି ନା ନାହିଁ େବାଲି ହରିଚନ୍ଦନ ପ୍ରଶ୍ନ କରିଥିଲେ।

ବିଜେପି ଦାବି କରିଛି େଯ ଏହି େଯାଜନାର ତଦନ୍ତ ହେବା ଦରକାର। ନିରପେକ୍ଷ ଯାଞ୍ଚ ଏଜେନ୍ସିକୁ ଲଗାଇ େଖାଳତାଡ଼ େହବା ଉଚିତ୍। ଅଯୋଗ୍ୟ ହିତାଧିକାରୀଙ୍କୁ େଯାଜନାରେ ସାମିଲ କରି ୧୭୦ େକାଟି ଟଙ୍କା ଅପବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ଭରଣା କରାଯାଉ। ସରକାର ଯଦି ପଦକ୍ଷେପ ନ ନେବେ, ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ େବାଲି ଧମକ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ େମାର୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ବାଳ, ଯୁବ େମାର୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର