କଳିଙ୍ଗ ‌ସେନାର ନିର୍ବାଚନ ୩୦ରେ

ଭୁବନେଶ୍ବର : କଳିଙ୍ଗ ସେନାର ସାଂଗଠନିକ ନିର୍ବାଚନ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ। ସେନାର ରାଜ୍ୟ କମିଟି, ଜିଲ୍ଲା କମିଟି, ବ୍ଲକ୍ କମିଟି, ପଞ୍ଚାୟତ କମିଟି ସମେତ ବିଭିନ୍ନ ଶାଖାକୁ ସାଧାରଣ ପରିଷଦର ନିଷ୍ପତ୍ତି କ୍ରମେ ରାଜ୍ୟ ସଭାପତି ହେମନ୍ତ ରଥ ଭାଙ୍ଗି ଦେଇଛନ୍ତି। ନୂଆ କର୍ମକର୍ତ୍ତା ନିର୍ବାଚନ କରାଯିବା ସହ ପରବର୍ତ୍ତୀ ସମୟରେ ଜିଲ୍ଲା କମିଟି ଓ ଶାଖା କମିଟିଗୁଡ଼ିକୁ ଗଠନ କରାଯିବ ବୋଲି ସାଧାରଣ ସମ୍ପାଦକ ଜଗବନ୍ଧୁ ମହାନ୍ତ ସୂଚନା ଦେଇଛନ୍ତି। ଦଳୀୟ ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟସ୍ତରୀୟ କର୍ମକର୍ତ୍ତା ପାଇଁ ଯେଉଁମାନେ ନିର୍ବାଚନରେ ଭାଗ ନେବାକୁ ଚାହୁଁଛନ୍ତି, ସେମାନେ ଆସନ୍ତା ଜୁନ୍ ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିପାରିବେ। ୨୪ ତାରିଖରେ ଯାଞ୍ଚ୍ ପ୍ରକ୍ରିୟା ‌ଶେଷ କରାଯାଇ ୨୫ ତାରିଖରେ କାଏମ୍ ରହିଥିବା ପ୍ର‌ାର୍ଥୀଙ୍କ ନାମ ଘୋଷଣା କରାଯିବ। ୩୦ ତାରିଖ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ଏବଂ ଅପରାହ୍ନ ୨ଟାରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ‌େଘାଷଣା କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର