କଳିଙ୍ଗ ସେନାର ଶୋଭାଯାତ୍ରା : ୱାର୍ଡ ମେମ୍ବରଙ୍କୁ ମାସିକ ୫ ହଜାର ଭତ୍ତା ଦାବି

ଭୁବନେଶ୍ବର: ୱାର୍ଡମେମ୍ବରମାନଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ଦାବି କରିଛି କଳିଙ୍ଗ ସେନା। ଏ ନେଇ ସେନା ପକ୍ଷରୁ ଏକ ଶୋଭାଯାତ୍ରା ‌େରଳ ଷ୍ଟେସନ୍‌ରୁ ବାହାରି ଲୋୟର୍‌ ପିଏମ୍‌ଜିରେ ଯାଇଥିଲା। ‌ସେଠାରେ ଆ‌‌ୟୋଜିତ ସଭାରେ ଯୋଗ ଦେଇ ସେନା ସୁପ୍ରିମୋ ହେମନ୍ତ ରଥ କହିଲେ, ୱାର୍ଡ‌େମମ୍ବରମାନେ ଗଣତାନ୍ତ୍ରିକ ପଦ୍ଧତ୍ତିରେ ନିର୍ବାଚିତ ହୋଇଥା’ନ୍ତି। ସେହିପରି ବିଧାୟକ ଓ ସାଂସଦମାନଙ୍କୁ ଜିତାଇବା ପାଇଁ ୱାର୍ଡମେମ୍ବରମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ପରବର୍ତ୍ତୀ ସମୟରେ ବିଧାୟକ ଓ ସାଂସଦମାନେ ନିଜର ସୁବିଧା ସୁଯୋଗ ପାଇଁ ବିଧାନସଭା ଓ ସଂସଦରେ ବିଲ୍‌ ପାସ୍ କରାଇ ନିଅନ୍ତି। କିନ୍ତୁ ୱାର୍ଡମେମ୍ବରମାନଙ୍କ କଥା ଚିନ୍ତା କରନ୍ତି ନାହିଁ। ପଞ୍ଚାୟତରେ ୱାର୍ଡ ମେମ୍ବରମାନଙ୍କ କୌଣସି ଭୂମିକା ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରୁ ପଞ୍ଚାୟତ ଉନ୍ନୟନ ସମ୍ପର୍କରେ କୌଣସି ସରକାରୀ ଚିଠି ବି ପହଞ୍ଚେ ନାହିଁ କିମ୍ବା କୌଣସି ଅଧିକାରୀ ଅବଗତ କରାନ୍ତି ନାହିଁ। ରାଜ୍ୟର ୯୨ ହଜାର ୱାର୍ଡ‌େମମ୍ବର ଚାହିଁଲେ ସରକାରଙ୍କୁ ବଦଳାଇ ଦେବେ। ତେଣୁ ସରକାର ସତର୍କ ରହିବା ସହ ସେମାନଙ୍କ ଦାବି ପୂରଣ ପାଇଁ ଶ୍ରୀ ରଥ ଦାବି କରିଥ‌ିଲେ। ୱାର୍ଡ‌େମମ୍ବରମାନଙ୍କ ଅନ୍ୟ ଦାବି ଥିଲା, ରାଜଧାନୀରେ ୱାର୍ଡମେମ୍ବର ଭବନ ପାଇଁ ଏକ ସରକାରୀ ଗୃହ ପ୍ରଦାନ, ବିଧାୟକ ଓ ସାଂସଦମାନଙ୍କ ପାଣ୍ଠି ୱାର୍ଡମେମ୍ବରମାନଙ୍କ ମାଧ୍ୟମରେ ଖର୍ଚ୍ଚ କରାଯିବା ଇତ୍ୟାଦି। ଏହି ଶୋଭାଯାତ୍ରାରେ କଳିଙ୍ଗ ସେନା ସାଧାରଣ ସମ୍ପାଦକ ଜଗବନ୍ଧୁ ମହାନ୍ତ, ୱାର୍ଡମେମ୍ବର ଚିତ୍ତରଞ୍ଜନ ମହାନ୍ତ, ପ୍ରସନ୍ନ ଦାସ, ମମତା ନାଏକ, ପୂର୍ଣ୍ଣିମା ନାଏକ, କବିତା ନାଏକ, ରତିରଞ୍ଜନ ସାହୁ, ହେମଲତା ମହାନ୍ତି, ରେବତି ନାଏକ, କ୍ଷୀରୋଦ ମହାନ୍ତ, ରତ୍ନାକର ମହାନ୍ତ ଓ ମଞ୍ଜରୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୱାର୍ଡ‌େମମ୍ବରମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର