କଳିଙ୍ଗ ଉତ୍କଳ ଏକ୍ସପ୍ରେସ ମାର୍ଗ ପରିବର୍ତ୍ତିତ

ଭୁବନେଶ୍ବର : ଦକ୍ଷିଣପୂର୍ବ ରେଳପଥ ଚକ୍ରଧରପୁର ରେଳମଣ୍ଡଳର ପୋଷଇତା-ମନୋହରପୁର ଓ ଜରାଇକେଲା-ଭାଲୁଲତା ଷ୍ଟେସନ ମଧ୍ୟରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣ ସମ୍ପର୍କିତ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଗୁରୁବାର ଦିନ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ(୧୮୪୭୭)ର ମାର୍ଗ ପରିବର୍ତ୍ତିତ ହୋଇଛି। ଏହାର ନିର୍ଧାରିତ ମାର୍ଗ କଟକ-ଯାଜପୁର କେନ୍ଦୁଝର ରୋଡ୍‌-ଭଦ୍ରକ-ବାଲେଶ୍ୱର-ହିଜ୍‌ଲୀ-ଟାଟା-ଝାରସୁଗୁଡ଼ା ନଯାଇ ପରିବର୍ତ୍ତିତ ମାର୍ଗ କଟକ-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା ରୋଡ୍‌-ଇବ ଓ ବିଳାସପୁର ମାର୍ଗ ଦେଇ ଯାତ୍ରା କରିବ। ରେଳବାଇରେ ଚାଲୁ ରହିଥିବା ଆଧୁନିକୀକରଣ କାର୍ଯ୍ୟ ପ୍ରତି ସହଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର