ମଥୁରାନଗରୀ : କୃଷ୍ଣଙ୍କ ନାମ ଶୁଣିଶୁଣି ଅତିଷ୍ଠ ହୋଇପଡ଼ିଛନ୍ତି ମହାରାଜ କଂସ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସର ନାଟ୍ୟାଭିନୟରେ ଗୋପପୁର ପ୍ରେରଣ କରିଥିବା ରାକ୍ଷସ ରାକ୍ଷସୀଙ୍କ ମୃତ୍ୟୁରେ ମହାରାଜ କଂସ ମର୍ମାହତ। ଏଥିରୁ ରକ୍ଷା ପାଇବା ପାଇଁ ରାଜ ଦରବାରରେ ଡକାଇଛନ୍ତି ଆପାତ ବୈଠକ। ନାରଦଙ୍କ ପରାମର୍ଶକ୍ରମେ ବିଚାର ବିମର୍ଶ ପାଇଁ କରଦ ରାଜ୍ୟର ରାଜାମାନଙ୍କୁ ଆମନ୍ତ୍ରଣ କରିଛନ୍ତି ମଥୁରାନରେଶ। କାଳୀୟ ନାଗର ଦଂଶନରେ କୃଷ୍ଣଙ୍କ ମୃତ୍ୟୁ ସମ୍ବାଦ ପାଇବା ନେଇ ଅପେକ୍ଷା କରି ବସିଛନ୍ତି ମଥୁରାନରେଶ। ହେଲେ ଏହି ହତ୍ୟା ଷଡ଼ଯନ୍ତ୍ର ମଧ୍ୟ ଫେଲ୍ ମାରିଛି। ଏହାପୂର୍ବରୁ କଂସ ବାହାରିଛନ୍ତି ପାତ୍ରମନ୍ତ୍ରୀଙ୍କ ସହ ନଗର ପରିକ୍ରମାରେ। ଏହାପରେ ରଙ୍ଗମହଲରେ ପହଂଚି ମଜ୍ଜିଯାଇଛନ୍ତି ନୃତ୍ୟଗୀତରେ । ପରେ ରାଜଦରବାରରେ ପାତ୍ରମନ୍ତ୍ରୀ ଓ ଅନ୍ୟ ରାଜପରିଷଦ ବର୍ଗଙ୍କ ଆପାତ ବୈଠକ କରିଥିଲେ। ମଥୁରାର ରାକ୍ଷସ ରାକ୍ଷସୀଙ୍କୁ ମୃତ୍ୟୁ ମୁଖକୁ ଠେଲୁଥିବା ବେଳେ ଗୋପପୁରରେ କୃଷ୍ଣ ବଳରାମ ଭ୍ରମଣ କରୁଥିବାରୁ କଂସ ଯମରାଜଙ୍କ ଉପରେ କ୍ରୋଧାନ୍ଵିତ ହୋଇଉଠିଛନ୍ତି। ଦଣ୍ଡ ବିଧାନ ସ୍ୱରୂପ ସେ ଯମରାଜଙ୍କୁ ବନ୍ଦୀ କରି ପକାଇଥିଲୋ
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ପକ୍ଷରେ ଗୋପପୁରରେ କଳାକାହ୍ନଙ୍କ ବାଲ୍ୟଲୀଳାରେ ବିମୋହିତ ହୋଇପଡ଼ିଛନ୍ତି ଗୋପପୁରବାସୀ। ଦଧି ଚୋରିକୁ ନେଇ ଆକଟ କରିବାକୁ ଯାଇ ମାତା ଯୋଶଦା କୃଷ୍ଣଙ୍କୁ ଗଛରେ ବାନ୍ଧି ଦେଇଛନ୍ତି। ଫଳରେ କୃଷ୍ଣ ଯାମଳାର୍ଜୁନ ଭଞ୍ଜନ ସହ ବିଶ୍ୱରୂପ ଦର୍ଶନ କରାଇଛନ୍ତି ମା’ ଯୋଶଦାଙ୍କୁ । ଏହାପରେ କୃଷ୍ଣ କାଳିନ୍ଦୀ ହ୍ରଦରେ କରିଛନ୍ତି କାଳୀୟ ଦଳନ।