କଲ୍ୟାଣୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ଗତ ଶୁକ୍ରବାର ଦିନ ଭୁବନେଶ୍ୱରରେ କଲ୍ୟାଣୀ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବୀ ତଥା ଶ୍ରମିକନେତା ସ୍ୱର୍ଗତ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସହଧର୍ମିଣୀ ଏବଂ ସ୍ୱାଧୀନ ଭାରତର ପ୍ରଥମ ଲୋକସଭା ସଭ୍ୟ ସ୍ୱର୍ଗତ ଉମାଚରଣ ପଟ୍ଟାନାୟକଙ୍କ ପୁତ୍ରବଧୁ ଥିଲେ। ସେ ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ। ତାଙ୍କ ବିୟୋଗରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ଦୁଇପୁତ୍ର, ପୁତ୍ରବଧୁଦ୍ୱୟ, କନ୍ୟା, ଜ୍ୱାଇଁ ଏବଂ ନାତିନାତୁଣୀ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଜ୍ୟେଷ୍ଠପୁତ୍ର ଇଞ୍ଜିନିୟର ରାଜରଞ୍ଜନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର