ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର : ପଦ୍ମଶ୍ରୀ କମଳା ପୁଜାରୀ ଏବେ ଅସୁସ୍ଥ। ଗତ କିଛିଦିନ ହେଲା ପାଗ ଖରାପ ରହିବା ଫଳରେ ତାଙ୍କ ‌ସ୍ବାସ୍ଥ୍ୟାବସ୍ଥା ବିଗଡିଯାଇଛି। ତେବେ, ସେ ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଜଣାପଡ଼ିଛି। ପରିବାର ଲୋକଙ୍କ କହିବାନୁଯାୟୀ, କିଛିଦିନ ତଳେ ଭୁବନେଶ୍ବରଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିଥିଲେ। ଏହାପରଠାରୁ ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି। କିନ୍ତୁ, ପରିବାର କି ପ୍ରଶାସନ ପକ୍ଷରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନଥିବା ଜଣାପଡ଼ିଛି। କିଛିମାସ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରକାଶଥାଉକି, ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ତଥା ଦେଶୀ ପ୍ରଣାଳୀରେ ଚାଷ କରିବା ପାଇଁ କେନ୍ଦ୍ର ସରକାର କମଳାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର