କମଳାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀ ସର୍ବଭାରତୀୟ ପୁରସ୍କାର ପାଇଁ ଚୟନିତ

ଭୁବନେଶ୍ବର : ବିଶିଷ୍ଟ କଥାକାର ଓ ଅନୁବାଦକ କମଳାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀ ‘ଜନମରୁ ମରଣ’କୁ ସର୍ବଭାରତୀୟ ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ପୁରସ୍କାର ବର୍ଗରେ ଥିବା ମୋଟ ପାଞ୍ଚଟି ବହି ମଧ୍ୟରୁ ଅଧିକା˚ଶ ‘ହାର୍ପର କଲିନ୍‌ସ’ ଓ ‘କପର କଏନ୍ସ’ ପ୍ରକାଶନ ସ˚ସ୍ଥାରୁୁ ଯାଇଥିବା ବେଳେ ପ୍ରଥମ ଥର ପାଇଁ ‘ଧଉଳି ବୁକ୍‌ସ’ ପରି ଓଡ଼ିଆ ପ୍ରକାଶନ ସ˚ସ୍ଥାର ବହିକୁ ଏଥିପାଇଁ ମନୋନୀତ କରାଯାଇଛି। ୨୦୧୪ ମସିହାରୁ ‘ପବ୍ଲିସିଙ୍ଗ୍‌ ନେକ୍ସଟ୍‌’ ଦ୍ବାରା ଏହି ପୁରସ୍କାର ଦିଆଯାଉଛି। ଭାରତର ପ୍ରମୁଖ ପ୍ରକାଶନ ସ˚ସ୍ଥାଗୁଡ଼ିକ ଏହି ପୁରସ୍କାର ପାଇଁ ଆବେଦନ କରିଥାଆନ୍ତି।

ସମ୍ବନ୍ଧିତ ଖବର