କନକ ବର୍ଦ୍ଧନଙ୍କଠାରୁ ସଂଗୀତା ସିଂହଦେଓଙ୍କ ସମ୍ପତ୍ତି ଅଧିକ ! ଜାଣନ୍ତୁ ବଲାଙ୍ଗୀରର ଏଇ ରାଜ ଦମ୍ପତିଙ୍କ ସମ୍ପତ୍ତି କେତେ ?

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ କନକ ବର୍ଦ୍ଧନ ସିଂହଦେଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟରୁ ଜଣାଯାଏ ଯେ, ତାଙ୍କର ସ୍ଥାବର ସମ୍ପତ୍ତି ୫କୋଟି ୫୧ ଲକ୍ଷ ଟଙ୍କା। ସେହିପରି ତାଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୩୫ ଲକ୍ଷ ୪୩ ହଜାର ୮୭୫ ଟଙ୍କା ରହିଛି। ତେବେ ତାଙ୍କ ପତ୍ନୀ ସଂଗୀତା କୁମାରୀ ସିଂହଦେଓଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ୨୭ କୋଟି ୧ ଲକ୍ଷ ୬୮ ହଜାର ଟଙ୍କା ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ୩ କୋଟି ୬୭ ଲକ୍ଷ ୪୧ ହଜାର ୩୭୧ ଟଙ୍କା ଥିବା ଦର୍ଶାଇଛନ୍ତି।

କନକ ବର୍ଦ୍ଧନଙ୍କଠାରୁ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ଢେର ଅଧିକ ରହିଛି। କନକ ତାଙ୍କ ବାର୍ଷିକ ଆୟ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାୟ ୬ ଲକ୍ଷ ୭୬ହଜାର୧୦୦ ଟଙ୍କା ଦର୍ଶାଇଛନ୍ତି। ସେହିପରି ସ୍ତ୍ରୀଙ୍କ ଆୟ ୮ଲକ୍ଷ ୯୩ ହଜାର ୪୪ ଟଙ୍କା ଦର୍ଶାଇଛନ୍ତି। ତାଙ୍କ ଯୌଥ ସମ୍ପତ୍ତିରୁ ୪ଲକ୍ଷ ୬୯ହଜାର ୭୪୦ ଟଙ୍କା ଦର୍ଶାଇଛନ୍ତି। ବ୍ୟାଙ୍କ ଅଫ ଟୋକିଓ ମିଷ୍ଟୁବିଶି ଲିମିଟେଡ, ଆନ୍ଧ୍ରବ୍ୟାଙ୍କ ଭୁବନେଶ୍ୱର, ୟୁକୋ ବ୍ୟାଙ୍କ ଆଦିରେ କନକଙ୍କ ବ୍ୟାଙ୍କ ଆକାଉଣ୍ଟମାନ ରହିଛି। ସେ ସବୁରେ ଲକ୍ଷାଧିକ ଟଙ୍କା ଜମା ରହିଛି। ସେହିପରି ତାଙ୍କ ସ୍ତ୍ରୀଙ୍କ ମଧ୍ୟ ବ୍ୟାଙ୍କ ଅଫ ଟୋକିଓ ମିଷ୍ଟୁବିଶି ଲିମିଟେଡରେ ଆକାଉଣ୍ଟ ରହିଛି। ଏଚଡିଏଫସି, କାନାଡା ବ୍ୟାଙ୍କ ଓ ପିଏନବି ବ୍ୟାଙ୍କରେ ଆକାଉଣ୍ଟ ରହିଛି।

କନକ ବର୍ଦ୍ଧନଙ୍କ ପାଖରେ ମହିନ୍ଦ୍ରାର ଏକ ଜିପ(୧୯୮୨ମଡେଲ), ଟୟୋଟୋ ଇନୋଭା, ଫରଚ୍ୟୁନର, ଟାଟା ନାନୋ କାର, ଟୟୋଟୋ ଇନୋଭା କ୍ରେଷ୍ଟା ଗାଡି ରହିଛି। ତାଙ୍କ ସ୍ତ୍ରୀଙ୍କ ନାଁରେ ହୋଣ୍ଡା ସିଭିକ ଓ ୧୯୩୪ ମଡେଲର ଏକ ଗାଡି ରହିଛି। କନକ ଓ ସଂଗୀତାଙ୍କ ମିଶି ଗହଣା ପ୍ରାୟ ୫୫ ଲକ୍ଷ ଟଙ୍କାର ରହିଛି। ସ୍ଥାବର ସମ୍ପତ୍ତିରେ କନକ ଓ ସଂଗୀତାଙ୍କ ଦିଲ୍ଲୀ ଓ ଭୁବନେଶ୍ୱରରେ ଜମି ଓ ଘରମାନ ରହିଛି। ଏହାସହ ପାଟଣାଗଡ଼, ବଲାଙ୍ଗୀରରେ ଜମି ଓ ପ୍ଲଟ ରହିଛି।

ସମ୍ବନ୍ଧିତ ଖବର