କଣାସ ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ଆତ୍ମହତ୍ୟା
ପୁରୀ : ପୁରୀ ଜିଲ୍ଲା କଣାସ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ଗୋବିନ୍ଦ ସାହୁ (୪୦) ଆଜି ପୁରୀ ଦତ୍ତତୋଟାରେ ଥିବା ତାଙ୍କ ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅତ୍ୟଧିକ ଋଣଭାର ବୋଲି ଚର୍ଚ୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ଅନୁଯାୟୀ, ମୃତ ଗୋବିନ୍ଦଙ୍କ ଘର କଣାସ ବ୍ଳକ ଗଡ଼ିଶାଗୋଦା ଥାନା ନାବଡ଼ା ଗାଁରେ। ଗତ କିଛି ଦିନ ହେଲା ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଆଜି ତାଙ୍କ ପତ୍ନୀ ପ୍ରଭାତୀ ଓ ଦୁଇ ଝିଅ ଶ୍ରୀମନ୍ଦିର ଦର୍ଶନ କରି ଫେରିବା ପରେ ଶ୍ରୀ ସାହୁ ଭିତରୁ କବାଟ ଖୋଲିନଥିଲେ। ପଡ଼ୋଶୀଙ୍କ ସହାୟତାରେ କବାଟ ଭଙ୍ଗାଯିବା ପରେ ଶ୍ରୀ ସାହୁଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା।