ଫୁଲବାଣୀ : ବହୁଜନ କ୍ରାନ୍ତିମୋର୍ଚ୍ଚା ପକ୍ଷରୁ ଆଜି ଏନଆରସି ଓ ସିଏଏକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଏଭଳି ବନ୍ଦ ଡାକରା କନ୍ଧମାଳରେ ପ୍ରଭାବଶୂନ୍ୟ ହୋଇଛି। ଦୋକାନ ବଜାର ଖୋଲା ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକ ଖୋଲା ରହିଥିଲା। ଗାଡିମଟର ଚଳାଚଳ ସ୍ୱାଭାବିକ ରହିଥିଲା। କିଛି ସ୍କୁଲ ଖୋଲା ରହିଥିବା ବେଳେ ଆଉ କେତେକ ସ୍କୁଲ ଅପ୍ରୀତିକର ଆଶଙ୍କାରେ ବନ୍ଦ ରହିଥିଲା। ଜିଲ୍ଲା ସଦର ମହକୁମାରେ ବନ୍ଦର ପ୍ରଭାବ ଆଦୌ ନଥିଲା। ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥିଲା। ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଅଫିସରେ ବସି କାର୍ଯ୍ୟ କରୁଥିବା ବେଳେ ସମସ୍ତ କର୍ମଚାରୀ ବି ଉପସ୍ଥିତ ଥିଲେ। ହେଲେ ଗତକାଲି ମିଡିଆରୁ ବନ୍ଦ ଡାକରା ସୂଚନା ପାଇ ଅଧିକାଂଶ ହୋଟେଲ ଆଜି ଖୋଲି ନଥିଲା। ଯାହା ଫଳରେ ଦୁରଦୁରାନ୍ତରୁ ଆସିଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିଏ ଉପବାସରେ ଆଉ କିଏ ବିସ୍କୁଟ ଖାଇ ଘରକୁ ଫେରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବନ୍ଦ ଡାକରା ଦେଇ ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ଦେଖା ନ ମିଳିବା। କାଳେ ପିକେଟିଂ କରି ଅଫିସ ବନ୍ଦ କରିବେ ସେଥି ନିମନ୍ତେ ପୁଲିସ ପ୍ରସ୍ତୁତ ଥିଲା। ହେଲେ ସକାଳ ଯାଇ ସଂଧ୍ୟା ହେଲା। ହେଲେ କାର୍ଯ୍ୟକର୍ତ୍ତାଙ୍କ ଦେଖା ମିଳି ନଥିଲା। ଫୁଲବାଣୀ ସମେତ ଜିଲ୍ଲାସାରା ବନ୍ଦ ପ୍ରଭାବଶୂନ୍ୟ ଥିବା ପରିଲକ୍ଷିତ ହୋଇଥିଲା।
ବହୁଜନ କ୍ରାନ୍ତିମୋର୍ଚ୍ଚାର ବନ୍ଦ ଡାକରା କନ୍ଧମାଳରେ ପ୍ରଭାବଶୂନ୍ୟ
କାର୍ଯ୍ୟକର୍ତ୍ତାଙ୍କ ଦେଖା ମିଳିଲାନି, ହୋଟେଲ ବନ୍ଦ ଯୋଗୁ ଯାତ୍ରୀ ହିନସ୍ତା
/sambad/media/post_attachments/wp-content/uploads/2020/01/plbjan29-bondha-dakara-sun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)