ଦାରିଙ୍ଗବାଡ଼ି ଛାତ୍ରୀ ପ୍ରସବ ଘଟଣା : ଆଜି କନ୍ଧମାଳ ବନ୍ଦ

ଫୁଲବାଣୀ/ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ପ୍ରତିବାଦରେ ଆସନ୍ତାକାଲି କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କନ୍ଧମାଳ ବନ୍ଦ ରହିବ। ଏହି ବନ୍ଦକୁ ବିଜେପି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି।

ଛାତ୍ରୀ ପ୍ରସବ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ଦୁଇଦିନ ତଳେ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ତଦନୁଯାୟୀ ଆସନ୍ତାକାଲି ସଂଗଠନ ବନ୍ଦ ପାଇଁ ପ୍ରସ୍ତୁତ ହେଉଥିବା ସୁରକ୍ଷା ଅଭିଯାନର ଆବାହକ ପ୍ରତାପ ପ୍ରଧାନ ଓ ସଭାପତି ସାନ୍ତନୁ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅପରପକ୍ଷେ, ବିଜେପି ପକ୍ଷରୁ ବନ୍ଦକୁ ସମର୍ଥନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଫୁଲବାଣୀ ପ୍ରେସ କ୍ଲବ୍‌ଠାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ତଥା ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ।

ସମ୍ବନ୍ଧିତ ଖବର