ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଅରାଙ୍ଗ ଗାଁରେ କଙ୍ଗାରୁ କୋର୍ଟ : ବିନା କାରଣରେ ବାସନ୍ତୀ ସ୍ବାଇଁଙ୍କ ପରିବାରକୁ ନିର୍ଯାତନା ଦେଉଛନ୍ତି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି

ନିରାକାରପୁର : କଙ୍ଗାରୁ କୋର୍ଟକୁ ନେଇ ଚର୍ଚାକୁ ଆସିଛି ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଅରାଙ୍ଗ ଗାଁ। ଛଣଗିରି ଗ୍ରାମ ପଂଚାୟତ ଅନ୍ତର୍ଗତ ଏହି ଗ୍ରାମର ବାସନ୍ତୀ ସ୍ବାଇଁଙ୍କ ପରିବାର ଏଥିରେ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କ ପରିବାରକୁ ଗତ କିଛି ମାସହେଲା ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବିନା କାରଣରେ ନିର୍ଯାତନା ଦେଉଛନ୍ତି। ବିଭିନ୍ନ ସ୍ଥାନରେ ଅଭିଯୋଗ ପରେ ମିଥ୍ୟାମାମଲାରେ ଫସାଇ ଦେବାକୁ ମଧ୍ୟ ଧମକ୍ ଚମକ୍ ମିଳୁଛି। ଏହି ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ଦୈାରାତ୍ମ୍ୟ ଯୋଗୁଁ ଗ୍ରାମର ଅନ୍ୟ ଲୋକମାନେ ନିରବରେ ପ୍ରତିବାଦ କରୁଥିଲେ ହେଁ ମୁଁହ ଖୋଲୁନାହାନ୍ତି। ଫଳରେ ବାସନ୍ତୀ ସ୍ବାଇଁଙ୍କ ପରିବାର ଏକପ୍ରକାର ମାନସିକ ଚାପରେ ଥିବା ଜଣାପଡିଛି। ଏପରିକି ତାଙ୍କୁ ନିଆଁ , ପାଣି, ଦିଅଁ , େଉଉଳ, ସବୋର୍ପରି ୭ମ ଶ୍ରେଣୀରେ ପାଠପଢୁଥିବା ପୁଅସହିତ କେହି ଖେଳକୁଦ ଅଥବା କଥାବାର୍ତା ହେଲେ ୫ ହଜାର ଟଙ୍କା ଜରିମାନା ପାଇଁ ନିଷ୍ପତ୍ତି ହୋଇଛି।

ଏଭଳି ନିର୍ଯାତନାର ଶିକାର ହୋଇ ବାସନ୍ତୀଙ୍କ ପରିବାର ପକ୍ଷରୁ ଗତ ମାସ ୧୬ ତାରିଖ ରାତି ୧୧ଟାରେ ଜଙ୍କିଆ ଥାନାରେ ଏବଂ ସେହିମାସ ୨୫ ତାରିରିଖରେ ଖୋର୍ଦ୍ଧା ଏସ୍‌ପିଙ୍କୁ ନିକଟରେ ଅଭିଯୋଗ ହୋଇଥିଲା। କିନ୍ତୁ ତାହା ଫଳପ୍ରଦ ନ ହେବା ବିଡମ୍ବନାର ବିଷୟ। ବାଧ୍ୟହୋଇ ପରିବାର ଏବେ ରାଜ୍ୟ ମହିଳା ଆୟୋଗଙ୍କୁ ଅଭିଯୋଗ କରିଛି। ତେବେ ଏ ନେଇ ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କାଙ୍କୁ ଯୋଗଯୋଗ କରିବାରେ ଏଭଳି ଘଟଣାକୁ ସେ ଅସ୍ବୀକାର କରିବା ସହ ସେଭଳି ଖବର ତାଙ୍କ ପାଖରେ ନାହିଁ। ତେବେ ଘଟଣାର ତଦନ୍ତ କରାଯିବ କହି ଦିନ ତମାମ୍ ବିତି ଯାଇଥିଲେ ସୁଦ୍ଧା ଖବର ସମ୍ପର୍କରେ ନ ବୁଝିବା ବିଡମ୍ବନାର ବିଷୟ।

ବାସନ୍ତୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବାରର କୌଣସି ଦୋଷ ନଥାଇ କଙ୍ଗାରୁ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗାଁ ଦୋକାନରୁ ସଉଦା ନେବା, ସର୍ବସାଧାରଣ ପୋଖରୀରେ ଗାଧୋଇବା, ନଳକୂପରୁ ପାଣିନେବା, ଗୋଚର ସ୍ଥାନରେ ଗାଈଗୋରୁ ଚରାଇବା, ଏପରିକି ଦିଅଁ ଦେଉଳ ସୁବିଧାରୁ ମଧ୍ୟ ପରିବାରକୁ ବଂଚିତ କରାଯାଇଛି। ଖାଲି ସେତିକି ନୁହେଁ ୭ମ ଶ୍ରେଣୀରେ ପାଠପଢୁଥିବା ଅମିତ୍‌କୁ ମଧ୍ୟ ଗାଁ ଛକ ବଜାରରେ ଅପମାନିତ କରାଯାଉଛି। ଏପରିକି ତା ସହିତ ଖେଳୁଥିବା ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କାର ଜରିମାନାର ଭୟ ଦେଖାଯାଉଛି। ଫଳରେ ଅମିତ୍‌ ଏକପ୍ରକାର ମାନସିକ ଚାପରେ ରହିଥିବା ଜଣାଯାଇଛି। ଜରିମାନା ସହ ଗାଁ ଦାଣ୍ତରେ କ୍ଷମାପ୍ରାର୍ଥନା ନ ମାଗିବା ଯାଏଁ ଏଭଳି କଙ୍ଗାରୁ କୋର୍ଟ ଜାରିରହିବ ବୋଲି ପରୋକ୍ଷରେ କୁହାଯାଉଛି। ବାସନ୍ତି ଏକ ସ୍ବୟଂ ସହାୟକ ଗୋଷ୍ଠୀରେ ସଭ୍ୟ ଥିଲେ ମଧ୍ୟ ସେଥିରୁ ତାଙ୍କୁ ବାସନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏସବୁ ଅଭିଯୋଗ ସତ୍ତ୍ବେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାସନ୍ତୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ବଷର୍କ ତଳେ ଗ୍ରାମରେ ଗୋଚର ଓ ଅନାବାଦୀ ଜମି ଜବରଦଖଲ ପ୍ରସଙ୍ଗରେ ପଂଚାୟତର ଜଣେ ବ୍ୟକ୍ତି ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଉକ୍ତ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ ସହଯୋଗ କରୁଥିବା ସନ୍ଦେହରେ ବାସନ୍ତିଙ୍କ କରିବାରକୁ ଏଭଳି କଙ୍ଗାରୁ କୋର୍ଟର ସାମ୍ନା କରିବାକୁ ପଡ଼ୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର