ନୂଆପଡ଼ା ଜିଲ୍ଲା ଉପକାରାଗାରରେ କୋଶଲି ଧନୁଯାତ୍ରାର କଂସ, କଏଦୀମାନଙ୍କ ସହ କଲେ ଆଲୋଚନା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଉପକାରାଗାରରେ କୋଶଲି ଧନୁଯାତ୍ରାର କଂସଙ୍କୁ ଦେଖିବାକୁ ମିଳିଥିଲା। ନୂଆପଡ଼ାର ପୁଲିସ ପଡ଼ିଆଠାରେ କୋଶଲି ଭାଷା ଗବେଷଣା ପ୍ରତିଷ୍ଠାନ ତରଫରୁ ଚାଲିଥିବା କୋଶଲି ଧନୁଯାତ୍ରାର ଚତୁର୍ଥ ଦିବସରେ ମଙ୍ଗଳବାର ଦିନ ମହାରାଜ କଂସ, ତାଙ୍କ ମନ୍ତ୍ରୀ ଓ ସୈନ୍ୟସାମନ୍ତଙ୍କୁ ନେଇ ହାତୀ ଓ ଓଟରେ ନୂଆପଡ଼ା ଜିଲ୍ଲା ଉପକାରାଗାର ପରିଦର୍ଶନ କରିଛନ୍ତି।
ମହାରାଜ କଂସ ପ୍ରଥମେ ଉପକାରାଗାରକୁ ଯାଇଥିଲେ। ଉପକାରାଗାରର କର୍ମଚାରୀମାନେ ଏସଂପର୍କରେ ଜାଣିବା ପରେ ମହାରାଜ କଂସଙ୍କୁ ସ୍ବାଗତ ସମର୍ଦ୍ଧନା ଜ୍ଞାପନ କରି ତାଙ୍କୁ ଭିତରକୁ ନେଇଥିଲେ। ଉପକାରାଗାର ଥିବା ବନ୍ଦୀମାନଙ୍କ ସହ ପ୍ରାୟ ୧୫ ମିନିଟ ଧରି ସେ ଆଲୋଚନା କରିଥିଲେ। କଏଦୀ ମାନଙ୍କୁ ଉପକାରାଗାର ଭିତରେ କିଭଳି ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ଦିଆଯାଇଛି କି ନାହିଁ ପଚାରି ବୁଝିଥିଲେ। କଂସ ମହାରାଜଙ୍କ ସହ ନୂଆପଡ଼ା ଉପକାରାଗାରର ଅଧୀକ୍ଷକ କୋଶଲା ପଦ୍ମିନୀ ଦଳବେହେରା ଉପସ୍ଥିତ ରହିଥିଲେ। ପରେ ମହାରାଜ କଂସ ନୂଆପଡ଼ା ଟାଉନ ଥାନା ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର