ସିଭିଲ ସର୍ଭିସ ପରୀକ୍ଷାରେ କଣ୍ଟାବାଞ୍ଜିର ଆଉଜଣେ ଛାତ୍ର

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରରୁ ଆଉ ଜଣେ ଛାତ୍ର ନବଲ କିଶୋର ଜୈନ ଚଳିତ ବର୍ଷ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଛନ୍ତି। ସେ ୩୫୦ ରୢାଙ୍କରେ ଉତ୍ତିର୍ଣ୍ଣ ହୋଇଥିବା ସୂଚନା ମିଳିଛି। ପୂର୍ବରୁ କଣ୍ଟାବାଞ୍ଜିରୁ ଅରବିନ୍ଦ ଅଗ୍ରୱାଲ, ମନୀଷ ଅଗ୍ରୱାଲ, ସାରିକା ଜୈନ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ଅର୍ଜନ କରି ସାରିଛନ୍ତି। ନବଲଙ୍କ ଏହି ସଫଳତା ଖବର ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଦେଖାଯାଇଛି। ନବଲ ପାଠ ପଢ଼ାରେ ଭଲ ଥିବା ବେଳେ ରାୟପୁରରେ ସିଏ ପାଠରେ ଭଲ ନମ୍ବରରେ ପାସ କରିବା ସହ ଦିଲ୍ଲୀରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ କୋଚିଂ କରୁଥିଲେ। ପ୍ରଥମ ଚେଷ୍ଟାରେ ହିଁ ସେ ଏହି ସଫଳତା ପାଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର