ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟର ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କର ଅନୁସନ୍ଧାନ କରାଯାଇଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ଜନସାଧାରଣଙ୍କର ଅବଗତି ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇକି ଟୁଇଟ କରାଯାଇଛି । ଏହି ଟୁଇଟରେ ଭୁବନେଶ୍ବର ସ୍ଥିତ କର କ୍ଳିନିକ୍ ଏବଂ ହସ୍ପିଟାଲକୁ ଜନସାଧାରଣଙ୍କୁ ଯିବା ଲାଗି ବାରଣ କରାଯାଇଛି । ଉଲ୍ଲେଖଯୋଗ୍ୟ କି ତୃତୀୟ କରୋନା ରୋଗୀଙ୍କ ବୟଷ ୬୦ ବର୍ଷ ।
Based on the contact history of the third positive case, Health Department urges people not to visit Kar Clinic Bhubaneswar for outpatient and inpatient care.
— H & FW Dept Odisha (@HFWOdisha) March 26, 2020
ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଯୋଗେ ସୂଚନା ଦେଇଛି।