ପୁରୀ : ଆସନ୍ତା ୯ରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି
ପୁରୀ : ଆସନ୍ତା କାର୍ତ୍ତିକ ବ୍ରତ ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ସୁବିଧା ପାଇଁ ଭୋର ୪ଟାରୁ ଦ୍ବାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ ହୋଇଛି। ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୩ଟି ସ୍ଥାନରେ ରହିବେ ହବିଷ୍ୟାଳୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୩ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୩ଟି ସ୍ଥାନରେ ପ୍ରାୟ ୩ ହଜାର ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୯୦୦, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬୦୦ ଓ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ଆଗ୍ରହୀ ହବିଷ୍ୟାଳୀମାନେ ଆସନ୍ତା ୧୧ ତାରିଖ ମଧ୍ୟରେ ଅନ୍ଲାଇନ ଓ ସିଧାସଳଖ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।